ଲାଞ୍ଜିଗଡ ପଞ୍ଚାୟତ ସମିତିର ଏକାଦଶ ଅଧିବେଶନ ଅନୁଷ୍ଠିତ।ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳକୁ ନେଇ ବର୍ଷିଲେ ଜନପ୍ରତିନିଧିଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ପରିସର ଠାରେ ଲାଞ୍ଜିଗଡ ପଞ୍ଚାୟତ ସମିତିର ଏକାଦଶ ଅଧିବେଶନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଭାଗିରଥି ଧଙ୍ଗଡ଼ାମାଝୀ , ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର , ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ , ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଲାଞ୍ଜିଗଡ଼ ବିଡିଓ ଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ଠାକୁର ସ୍ୱାଗତ ଅଭିଭାଷଣ ସହିତ ବିବରଣୀ ପାଠ କରିଥିଲେ I ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, କୃଷି, ବନ ବିଭାଗ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲାଞ୍ଜିଗଡ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଥିବାବେଳେ ଗ୍ରୀଷ୍ମ ଋତୁରେ କିଭଳି ପାନୀୟ ଜଳ ସୁଚାରୁ ରୂପେ ଲୋକଙ୍କୁ ଯୋଗାଇବା ପାଇଁ ଏବଂ ଖରାପ ଥିବା ନଳକୂପ ଗୁଡିକୁ ଶୀଘ୍ର ତିଆରି କରିବାପାଇଁ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବି ରଖିଥିଲେ I ଲାଞ୍ଜିଗଡ ବ୍ଲକରେ କେତେଗୋଟି ଦୁର୍ଗମ ଅଞ୍ଚଳରେ ବିଜୁଳି ସଂଯୋଗ ନଥିବାରୁ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ସରପଞ୍ଚ ମାନେ ଦାବି କରିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଭିନ୍ନ ସମସ୍ୟା ଦେଖାଦେଉଛି I ଦୁର୍ଗମ ଘIଟି ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଅନୁପସ୍ଥିତ ରହୁଥିବାରୁ ରୋଗୀମାନଙ୍କ ଚିକିତ୍ସାରେ ଅସୁବିଧା ହେଉଥିବାରୁ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ଦାବି କରିଥିଲେ I ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୂଲ ମାନଙ୍କରେ ୧୫ ରୁ ୧୮ ବର୍ଷ ପଯ୍ୟନ୍ତ ଶିକ୍ଷକ ବେଳେ ନିଜର ବ୍ୟକ୍ତିଗତ କାମରେ ଲିପ୍ତ ରହୁଛନ୍ତି ଯାହାଫଳରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡିବା ଅବସ୍ଥାରେ ରହିଥିବା ବେଳେ ସେହି ଶିକ୍ଷକ ମାନଙ୍କୁ ଚିହ୍ନଟ କରି ତୁରନ୍ତ ଅନ୍ୟ ସ୍କୂଲକୁ ବଦଳି କରିବାକୁ ଦାବି କରିଥିଲେ I ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏଇ କ୍ଷୀରୋଦ କୁମାର ନାୟକ ସମେତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସମେତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ

April 15, 2026/
No Comments


