୨୨ହଜାର ଟଙ୍କା ସହ ୭ଗ୍ରାମ ଧଳା ମାରାତ୍ମକ ପାଉଡ଼ର ଜବତ : ୧ଗିରଫ
ତାଳଚେର, ୨୨/୦୫ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ଡ଼୍ରଗ୍ସ ମାଫିଆ ଅପିନ ଦାସ (୩୧) ଅନନ୍ତ ବିହାର ଠାରେ ଏକ ଦୋକାନ ଘରେ ମାରତ୍ମକ ପାଉଡ଼ର ବିକ୍ରି କରି ନିଜର ସାମରାଜ୍ୟ ଚଳାଇଥିଲେ । କୌଣସି ସୂତ୍ରରୁ କୋଲିୟରୀ ପୋଲିସ୍ ଖବର ପାଇ ଆତର୍କିତ ଚଢ଼ାଉକରି ତାକୁ କାବୁ କରିଥିଲା । ତାଳଚେର ଅଂଚଳରେ ଧଳାଜହର କାରବାର ଯୋରସୋରରେ ଚାଲିଥିବା ବେଳେ ଗତକାଲି କୋଲିୟରୀ ପୋଲିସ୍ ଜଣେ ବ୍ୟବସାୟୀକୁ ଗିରଫ କରିଥିବାରୁ ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି । ସମ୍ପୃକ୍ତ ବ୍ୟବସାୟୀ ଠାରୁ ପୋଲିସ୍ ୭ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ଓ ସେ ପୂର୍ବରୁ ଏହି ଧଳାଜହର ବ୍ୟବସାୟ କରି ୨୨ହଜାର ଟଙ୍କାକୁ ଜବତ କରିଥିବା ଜଣାପଡ଼ିଛି । ଏଥିରେ ବ୍ୟବହୃତ ମୋଟରସାଇକେଳ ଓ ମୋବାଇଲକୁ ଜବତକରି ଆଜି ସମ୍ପୃକ୍ତ ମାଫିଆକୁ କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ କୋଲିୟୀ ପୋଲିସ୍ ତଦନ୍ତ ଜାରିରଖିଛି । ପୋଲିସର ଆଗ୍ରହ ଓ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହେଲା ବୋଲି କୁହାଯାଉଥିବା ବେଳେ ତାଳଚେର ଟାଉନ ଥାନା ନାକ ତଳେ ପ୍ରଚୁରମାତ୍ରାରେ ଧଳାଜହର ବିକ୍ରି ହେଉଥିବା ବେଳେ ଏଠାରେ ପୋଲିସ୍ ଓ ଅବକାରୀ ବିଭାଗ କାହିଁକି ଯେ ନିରବଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ହେଉଛି ଚର୍ଚ୍ଚା । ତେଣୁ ଏଥିପ୍ରତି ଏସପି ଓ ଜିଲ୍ଲା ଅବକାରୀ ବିଭାଗ ଧ୍ୟାନ ନଦେଲେ କେତେ ଯେ ଶିକ୍ଷିତ ଯୁବକମାନେ ଧଳାଜହର ସେବନ କରି କେତେ ଅପରାଧିକ କାର୍ଯ୍ୟ କରିବେ ତାହା ଏବେ ଠାରୁ କହିବା ଅସମ୍ଭବ ।



