ଶିକାରୀ ଗୁଳିରେ ହିନ୍ଦୋଳ କାର୍ଯ୍ୟରତ ଫରେଷ୍ଟର ଙ୍କ ମୃତ୍ୟୁ ହିନ୍ଦୋଳ :24/05/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡର ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ବିଳମ୍ବିତ ରାତିରେ ଶିକାରୀ ଙ୍କୁ କାବୁ କରିବାପାଇଁ ରାଜମୋହନପୁର ସ୍ଥିତ କୁଇଓ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଶିକାରୀଙ୍କ ଗୁଳିର ଶିକାର ହୋଇଥିଲେ, ସଙ୍ଗେ ସଙ୍ଗେ ସେଠାରେ ସେ ଟଳି ପଡ଼ିଥିଲେ। ପାଖରେ ଥିବା ସହକର୍ମଚାରିମାନେ ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ମେଡିକାଲ କୁ ଆଣିଥିଲେ, ତାଙ୍କର ଅବସ୍ଥା ଶଙ୍କଟାପନ୍ନ ଥିବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଅନୁଗୁଳୁ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମିଷ୍ଟଭାଷି ଓ ଭଲ ଲୋକ ଥିବାରୁ ହିନ୍ଦୋଳ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି। ଏବଂ ଉକ୍ତ ଘଟଣାର ତିନିଜଣ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର, ଜାଗ୍ରତ ଭାରତ ନ୍ୟୁଜ



