
ଅନୁଗୋଳ/ବଅଁରପାଳ,୨୬.୫ – ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ଶ୍ରମିକ ବସ୍ତିରେ ଥିବା ହାଁସ ହାଁସଲି କ୍ଲବ ପକ୍ଷରୁ ସାନ୍ତାଳୀ ଭାଷାର ଲିପି ଅଲ ଚିକିର ପ୍ରଣେତା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନୀତ ଅତିଥି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଙ୍ଘ ପରିଚାଳକ ବିଜୟ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ରଣଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l କ୍ଲବ ସଭାପତି କାର୍ତ୍ତିକ ଚନ୍ଦ୍ର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ରତନ ସର୍ଦାର ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଶ୍ରୀଯୁକ୍ତ ପାଣି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ, ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ସାନ୍ତାଳୀ ଭାଷୀ ମାନଙ୍କୁ ରାଷ୍ଟ୍ରର ମୁଖ୍ୟସ୍ରୋତରେ ଆଣିବା ଉପରେ ବକ୍ତବ୍ୟ ରଖିଥିଲେ l ସମ୍ମାନୀତ ଅତିଥି ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ବସ୍ତିରେ ଜଳଯୋଗାଣ, ବିଦ୍ୟୁତ ସଂଯୋଗ ଓ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସାହୁ ୨oo ୩ ମସିହାରେ ବାଜପେୟୀ ସରକାର ସାନ୍ତାଳୀ, ମୈଥିଳି, ଡୋଗ୍ରା, ବୋଡୋ ଭାଷାକୁ ସମ୍ବିଧାନର ଅନୁଛେଦରେ ସାମିଲ ଓ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ବିଷୟରେ ଉଲ୍ଲେଖ କରିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଟ୍ଟନାୟକ ବିଗତ ୩o ବର୍ଷ ହେଲା ଶ୍ରମିକ ବସ୍ତିର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ଶେଷରେ ୬ଟି ଦଳ ଦ୍ୱାରା ସାନ୍ତାଳୀ ଭାଷାରେ ନାଟକ ପ୍ରତିଯୋଗୀତା କରା ଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବୁଦୁରାୟ ହେମ୍ବ୍ରମ, ରବୀନ୍ଦ୍ର ଲୋହାର, ଗାନ୍ଧାୟ ମାରାଣ୍ଡି, ଲକ୍ଷ୍ମଣ ହେମ୍ବ୍ରମ, ବୁଦାନ ମୁର୍ମୁ ଓ କାହ୍ନଇ କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ l




