
ଚମ୍ପୁଆଥାନା ଅନ୍ତର୍ଗତରେ ନିସିଦ୍ଧାଞ୍ଚଳରେ ଭାରୀଯାନ ଚଳାଚଳ, ବଢୁଛି ଦୁର୍ଘଟଣା ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ନିଶିଦ୍ଧାଞ୍ଚଳ ରେ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହୁଏ। ଯାହାକି ସୂଚନା ରହିଛି ସାତକୁଟୁଣିଆ- ତୁରୁମୁଙ୍ଗା ରାସ୍ତା ର ଜ୍ୟୋତିପୁର ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିବା ନେଇ ସୂଚନା। ଗାଡି ଓଲଟିବା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ୍ ହୋଇଯାଇଛି ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ (ଗାଡି ନଂ ଓଡି୦୯ ଭି୧୬୧୫) ଭାରସ୍ୟାମ ହରାଇ ଜ୍ୟୋତିପୁର ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡିଟି ଓଲଟିବା ଯୋଗୁଁ ରାସ୍ତା କଡ ରେ ଥିବା ସୁରକ୍ଷା ବାଡ ଭାଙ୍ଗିବା ସହ ରାସ୍ତା କଡ଼ରେ ଲାଗିଥିବା ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ କି ପୂର୍ତ୍ତି ବିଭାଗ ଅଧୀନସ୍ଥ ଚମ୍ପୁଆ ଏନଏସି ସାତକୁଟୁଣିଆ – ତୁରୁମୁଙ୍ଗା ରାସ୍ତାରେ ଭାରୀଯାନ ଚଳାଚଳ ନିଷିଦ୍ଧ ଥିବା ବେଳେ ଦୈନିକ ବହୁ ସଂଖ୍ୟାରେ ଖଣିଜ ବୋଝେଇ ଭାରୀଯାନ ଗୁଡିକ ଚଳାଚଳ କରୁଛନ୍ତି । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ପୁଲିସ ପ୍ରଶାସନ ର ନାକତଳେ ଏହି କାରବାର ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । କିଛି ଦିନ ତଳେ ଏହି ରାସ୍ତାଟିର ପ୍ରଶସ୍ତିକରଣ ସହ ମରାମତି କାର୍ଯ୍ୟ ହୋଇଥିବା ବେଳେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଏହି ରାସ୍ତା ରେ ଭାରୀଯାନ ଚଳାଚଳ କୁ ରୋକିବା ପାଇଁ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବୀ ହୁଏ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




