ଅତାବିରାରେ ଜନ ପ୍ରତିନିଧି ଅସନ୍ତୋଷ ଆଉ ସରକାରୀଆ ବାବୁ ମାଲେ ମାଲ
ଅତାବିରା ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ପ୍ରସଙ୍ଗ ଥିଲା”ବିକଶିତ ଗାଁ ବିକଶିତ ଓଡିଶା “ଯୋଜନାର ଅନୁଧ୍ୟାନ କରିବା।ସମ୍ବିଧାନ ବିରୋଧରେ ପିସିରେ ଉବୁଡୁବୁ ହେଲାଣି ଅତାବିରା ବ୍ଲକ। ସମିତି ସଭ୍ୟଙ୍କ ଏକ ଲକ୍ଷ ଟଙ୍କା ଗଲା କୁଆଡ଼େ ?ମୋତେ ଯେତେ ମାଟିବୁ ମାଠ ମୁଁ ତ ସେହି ଦରପୋଡ଼ା କାଠ ରୀତିରେ ସବୁ କିଛି ଚାଲିଛି।ଜନ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସରକାରୀଆ ବାବୁ ମାଲେ ମାଳ ହେଉଥିବାର ସୂଚନା ମିଳୁଛି। ତେବେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କେବେ ସଫଳତା ପାଇବ ଦେଖିବାକୁ ବାକି ରହିଲା।



