
ମିଡ଼ିଆରେ ଖବର ପ୍ରସାରଣ ଓ ବିଭାଗୀୟ ଅଧିକାରୀଙ୍କ ଚିଠି ପରେ ମଧ୍ୟ ଠିକାଦାରର ବେଖାତିର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅନୁଗୋଳ/ବଅଁରପାଳ,୩.୬-ମିଡ଼ିଆରେ ଖବର ପ୍ରସାରଣ ଓ ବିଭାଗୀୟ ଅଧିକାରୀଙ୍କ ଚିଠି ପରେ ମଧ୍ୟ ଠିକାଦାରର ବେଖାତିର କଲେ । ଦେଶର ଆଇନକୁ ଖାତିର ନକରି ନିଜର ସ୍ବାର୍ଥ ହାସଲ ପାଇଁ ଉଦ୍ୟମ ଜାରି। ଏଠି ଜଣେ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଚିଠିକୁ ଅନ୍ୟ ବିଭାଗୀୟ ପଦସ୍ଥ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି l ଫଳସ୍ୱରୂପ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାସଂସ୍ଥା ସମସ୍ତ ସରକାରୀ ନୀତି ନିୟମକୁ ବେଖାତିର କରି ମନମୁଖୀ କାର୍ଯ୍ୟ କରୁଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଅଁରପାଳ ତହସିଲ ଅନ୍ତର୍ଗତ ଗୋତମରା ରାଜସ୍ୱ ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲ ହୁଡାରେ ନିର୍ମାଣ ହେବାକୁ ଥିବା ମେଗା ଜଳସେଚନ ପ୍ରକଳ୍ପ କ୍ଷେତ୍ରରେ l ପ୍ରକଳ୍ପ ନିର୍ମାଣ ପାଇଁ ଠିକାସଂସ୍ଥା ପକ୍ଷରୁ କେନାଲର ଗୋଟିଏ ପାର୍ଶ୍ୱରେ ଥିବା ସର୍ବସାଧାରଣ ଙ୍କ ପାଇଁ ଉଦ୍ଦିଷ୍ଟ କେନାଲ ହୁଡ଼ା ରାସ୍ତାକୁ ଖୋଳି ଦିଆଯାଇଛି l ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ନିକଟସ୍ଥ ବିଭିନ୍ନ ଗ୍ରାମର ଗ୍ରାମବାସୀ ଯାତାୟତ ପାଇଁ ଅସୁବିଧା ଭୋଗ କରୁଛନ୍ତି l ବିଶେଷ କରି ଆସନ୍ତା ଖରିଫ ଫସଲ ପାଇଁ ଗ୍ରାମବାସୀ ମାନେ ନିଜ ନିଜର ବିଲ ଚାଷ କରିବା ପାଇଁ, କମ୍ପୋଷ୍ଟ, ଖତସାର ପକେଇବା ପାଇଁ ଟ୍ରାକ୍ଟର ଓ ଅନ୍ୟ ଗାଡି ଆଦି ନେଇ ପାରୁନାହାନ୍ତି l ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ କେନାଲ ହୁଡ଼ା ରାସ୍ତା ଖୋଳିବାକୁ ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ଲିଖିତ ଆଦେଶନାମା ମିଳି ନାହିଁ ବୋଲି ଅଞ୍ଚଳବାସୀ ଙ୍କ ଅଭିଯୋଗକୁ ଭିତ୍ତିକରି ଗତ ମାସ ୨୫ ତାରିଖରେ ଇଂରାଜୀ ଖବର କାଗଜ ଓରିଶା ଟୁଡେ ଓ ଜାଗ୍ରତ ଭାରତ ନ୍ୟୁଜ ରେ ଏକ ଲେଖା ବାହାରିଥିଲା l ଫଳ ସ୍ୱରୂପ ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲର ସୁପରିଟେଣ୍ଡିଙ୍ଗ ଇଞ୍ଜିନିଅର ଓ ଅଧସ୍ଥନ ଅଧିକାରୀ ମାନେ ନିର୍ମାଣଧୀନ ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ ଓ ଅଭିଯୋଗର ସତ୍ୟାସତ୍ୟ ଉପଲଭଧି କରି ଅନୁଗୋଳସ୍ଥିତ ମେଗାଲିଫ୍ଟ ଡିଭିଜନର ଏକଜ୍ୟୁକ୍ଟିଭ ଇଞ୍ଜିନିଅରକୁ ଗତ ମାସ ୩o ତାରିଖରେ ଏକ ଚିଠି କରିଥିଲେ l ଚିଠିରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ହେଉନଥିବାରୁ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ, ଖୋଳା ଯାଇଥିବା ରାସ୍ତାକୁ ପୂର୍ବାବସ୍ଥାକୁ ଫେରାଇ ଅଣାଯାଉ ଓ ଖୁବ ଶୀଘ୍ର ଖରିଫ ଫସଲ ପାଇଁ କେନାଲ ରେ ପାଣି ଛଡା ଯିବାର ଥିବାରୁ ୭ ଦିନ ମଧ୍ୟରେ ସମସ୍ତ କାମ ସାରିବାକୁ ଉଲ୍ଲେଖ କରିଥିଲେ l କୌଣସି ବାଇପାସ ରୋଡ଼ ନିର୍ମାଣକୁ ମଧ୍ୟ ଆଗ୍ରହ୍ୟ କରିଥିଲେ l ତେବେ ଏହାକୁ ଖାତିରି ନକରି ଚିଠି ମିଳିବା ପରଠୁ ୩ ଦିନ ହେଲା ଠିକସଂସ୍ଥା ପକ୍ଷରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଦିନରାତି ଲାଗିପଡ଼ି କରା ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଏସବୁ ଘଟଣାକୁ ଦେଖି ଅଞ୍ଚଳର ବୁଦ୍ଧିଜୀବୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ମତ ରଖିବା ସହ କେଉଁ ଅଦୃଶ୍ୟ ଶକ୍ତି ବଳରେ ବଳିୟାନ ହୋଇ ଠିକସଂସ୍ଥା କାମ କରୁଛି ବୋଲି ପ୍ରଶ୍ନ କରିଛନ୍ତି l ସୂଚନାଯୋଗ୍ୟ ଯେ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ମେଗାଲିଫ୍ଟ ଡିଭିଜନରୁ ଏଲ ଆଣ୍ଡ ଟି ଟେଣ୍ଡର ପାଇ ଏକ ଘରୋଇ ଠିକାସଂସ୍ଥା ଦେଇଛି l



