ସରିଲା ସର୍ଭେ କେବେ ମିଳିବ ଆବାସ ଘର ଖଣ୍ଡିଏ…? ବାରଦୁଆର ହେଲା ପରେ ମଧ୍ୟ ଲୋକଙ୍କ ସହ ପ୍ରଶାସନର ଲୁଚକାଳି ଖେଳ।ସନ୍ଦେହରେ ଅଞ୍ଚଳର ଜନପ୍ରତିନିଧି

ବରଗଡ:୪/୬(ପବିତ୍ର ମେହେର) ତା: ଗତ ତା:୭/୮/୨୦୨୩ ବରଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀକୁ ଭିତ୍ତି କରି ପ୍ରଶାସନିକ ଅଧିକାରୀ ଗଣ ପହଁଚି ଥିଲେ ଅତାବିରା ବ୍ଲକର ଅମଲିପାଲି ଗ୍ରାମ ପଂଚାୟତକୁ, କାରଣ ପିଏମ୍ ଆବାସ ନାଁ ରେ ହୋଇଥିବା ହେରଫେର୍ ବିଷୟରେ ଅନେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ସେ ସମୟରେ ବିଜୁ ଜନତା ଦଳର ସରକାର ଥିବାବେଳେ ସରପଞ୍ଚ ସୁନନ୍ଦା ବିଶ୍ୱାଳ ଜନହିତକର କାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ ଅନେକ କାର୍ଯ୍ୟ ମନମୁଖୀ କରି ଚାଲିଥିଲେ।ସେ ସମୟରେ ହିତାଧିକାରୀଙ୍କୁ ବାର ଦୁଆର ହେବାକୁ ପଡିଥିଲା।କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ଯେ ଏବେ ମଧ୍ୟ ହିତାଧିକାରୀଙ୍କୁ ପୋଲିସ ଓ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ କରିବାକୁ ପଡ଼ୁଛି। ସେଠାରେ ଲୋକଙ୍କ ଆବାସ ଘର ପାଇଁ କେବଳ ସର୍ଭେ ସରିବାର ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ଯେ ଆବାସ ଘର ଖଣ୍ଡିଏ କେବେ ମିଳିବ ଜଣାପଡୁନାହିଁ?ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ରାଜତ୍ଵ ସମୟର ଖେଳ l

ବର୍ତମାନର ବିଧାୟକ ନିହାର ରଞ୍ଜନ ମହାନନ୍ଦ ସେ ସମୟ ରେ ବିରୋଧୀ ଦଳରେ ଥିବା ବେଳେ ସାଧାରଣ ଗରିବ ନିରୀହ ଲୋକଙ୍କ ଦୁଃଖରେ ସାମିଲ ହୋଇ ଗର୍ଜି ଥିଲେ ବ୍ଲକ ସମ୍ମୁଖରେ। ଏବେ କିନ୍ତୁ ଶ୍ରୀ ମହାନନ୍ଦ ଶାସକ ଦଳରେ ତଥାପି ଅମଲିପାଲି ଗ୍ରାମ ପଂଚାୟତର ସରପଞ୍ଚ ସୁନନ୍ଦା ବିଶ୍ୱାଳ ଆଉ ପ୍ରଶାସନିକ ଅଧିକାରୀଗଣଙ୍କ ଗହଣରେ କେବଳ କାଦୁଅ ଫିଙ୍କାରେ ଚାଲିଛି ନିରୀହ ଲୋକଙ୍କ ଭାବନା ସହ ଖେଳ? ଆଶ୍ଚର୍ଯ୍ୟର କଥା ଏବେ ଲୋକଙ୍କ ସରକାର ଲୋକଙ୍କୁ ଉଚିତ ନ୍ୟାୟ ଦେଇ ପାରିବ ତ ? ପ୍ରଶ୍ନ ଉଠୁଛି ଅପେକ୍ଷାରତ ହିତାଧିକାରୀଙ୍କୁ କେବେ ମିଳିବ ଆବାସ ଘର ଖଣ୍ଡିଏ ?କିଏ ଦେବ ଏହାର ସଠିକ ଜବାବ। ବର୍ତମାନ ସରକାରରେ ଥିବା ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ ନାଁ ସ୍ଥାନୀୟ ସରପଞ୍ଚ ସୁନନ୍ଦା ବିଶ୍ୱାଳ? ଚାହିଁ ରହିଛନ୍ତି ଅଞ୍ଚଳ ବାସୀ l




