ପୂରୀ: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସଓପି । ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ । ସେପଟେ ୨୦୨୫ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି ।ବଡ଼ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛା ଦାମ୍ ୨୫ ହଜାର ଟଙ୍କା ରହିଛି ।ତେବେ ପ୍ରତ୍ୟେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଆବେଦନକାରୀ ନିର୍ଦ୍ଧାରିତ ଫି ଦେଇ ଆବେଦନ କରିବା ପରେ ଏହା ଉପରେ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ଆବେଦନର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରହିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

