ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, “ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ । ସମୟ ନିର୍ଘଣ୍ଟ ଅନୁଯାୟୀ ଶେଷ ହେବ । ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ” ।
ତେବେ ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଛି।ଏଣିକି କେବଳ ମୋବାଇଲ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଗତବର୍ଷ ଜୁଲାଇ ମାସରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା ପରେ ରଥଯାତ୍ରା-୨୦୨୪ରେ ହୋଇଥିବା ବିଶୃଙ୍ଖଳା ଓ ବାହୁଡ଼ାଯାତ୍ରା-୨୦୨୫କୁ ନେଇ ଆକ୍ସନମୋଡକୁ ଆସିଥିଲେ। ଦାୟିତ୍ୱ ନେବା ପରେ ସେ କହିଥିଲେ, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।ରଥଯାତ୍ରା ଏକ ଆଧ୍ୟାତ୍ମିକ ଯାତ୍ରା। ଏହା ମହାପ୍ରଭୁଙ୍କ ପାଇଁ ସମର୍ପିତ ମନୋଭାବ ରଖାଯିବା ଉଚିତ । କିନ୍ତୁ କିଛି ଲୋକ ନୀତି ନିୟମକୁ ଅଣଦେଖା କରୁଛନ୍ତି, ଯାହା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି । ସେହିପରି ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଆଣୁଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

