ପ୍ରିୟ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ପାଳିତ
ଆଜି ତା ୧୪. ୦୬.୨୦୨୫ ରିଖ ଶନିବାର ପବିତ୍ର ପହିଲି ରଜ ଉପଲକ୍ଷେ ଲାଉଲଇ ପଞ୍ଚାୟତ ସ୍ଥିତ ” ପ୍ରିୟ” କାର୍ଯ୍ୟାଳୟ ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଠାରେ ରଜ ମହୋତ୍ସବ ପାଳିତ ହୋଇଯାଇଅଛି। ଏଠାରେ ପଚାଶ କିଲୋ ଗ୍ରାମ ଓଜନ ର ପୋଡ ପିଠା କରାଯାଇଥିଲା। ଏହାକୁ ” ପ୍ରିୟ ” ର ଅଧକ୍ଷ ରତ୍ନାକର ପ୍ରଧାନ କାଟି ଅନ୍ତେବାସୀ ପଚାଶ ଜଣ ଙ୍କୁ ପୋଡ଼ ପିଠା ଖୁଆଇ, ଶାଢ଼ୀ ଓ ଧୋତି ଗାମୁଛା ବଣ୍ଟନ କରିଥିଲେ। ଅନ୍ତେବାସୀ ମାନେ ରଜ ଦୋଳି ଖେଳି ରଜ ଗୀତ ବୋଲି ରଜ ପର୍ବ ପାଳନ କରିଥିଲେ। ଏହାକୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।



