ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ମହିଳା ସମେତ ଆଠଜଣ ଗିରଫ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡ଼ବିଲ ରେଞ୍ଜ ଅଧୀନରେ ଥିବା କେନ୍ଦୁଢି ଗ୍ରାମରେ ଗତ 13ତାରିଖ ଦିନ ଗୋଠ ଛଡ଼ା ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ଅବସ୍ଥା ପରଖିବା ଓ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯିବା କୁ ନେଇ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ବନବିଭାଗ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ, ଆକ୍ରମଣ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ବନକର୍ମଚାରୀ ସଙ୍ଘ ପକ୍ଷରୁ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବନଖଣ୍ଡ ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଥିଲେ, ତତ୍ପରେ ରୁଗୁଢ଼ୀ ଥାନା ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଜଣେ ମହିଳା ସମେତ ଆଠଜଣ ଙ୍କୁ ଗିରଫ କରିଛି ରୁଗୁଢ଼ି ପୋଲିସ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



