ଓଡ଼ିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ; ଯେଉଁଥିରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ଦଳୀୟ ଅଧ୍ୟକ୍ଷ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବ କଂଗ୍ରେସ ।
ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ । ବହୁତଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି । ଦୀର୍ଘ ଦିନ ପରେ ରାହୁଲ ଓଡ଼ିଶା ଆସୁଥିବା କହିଛନ୍ତି, ରାଜ୍ୟ ପିସିସି ସଭାପତି ଭକ୍ତ ଦାସ ।ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ବିଜେଡ଼ି ବିରୋଧୀ ଦଳରେ ବସିଛି । ହେଲେ ଜନମାନସରେ କଂଗ୍ରେସ ବିରୋଧୀଦଳର ଭୂମିକା ନିର୍ବାହ କରୁଛି । ଖଣି ଦୁର୍ନୀତି, ମହିଳା ହିଂସା, ଚିଟଫଣ୍ଡ ଓ ନିଯୁକ୍ତିକୁ ନେଇ ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରୁଛି ଦଳ । ଏହି ଆନ୍ଦୋଳନକୁ ତୀବ୍ର କରିବା, ରାଜ୍ୟସ୍ୱାର୍ଥକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ କଂଗ୍ରେସ ଯେଭଳି ଆକ୍ରାମକ ରୂପ ଆପଣାଉଛି, ରାହୁଲ ଗାନ୍ଧୀ ଆସିଲେ କଂଗ୍ରେସ ଅଧିକ ଶକ୍ତିଶାଳୀ ଓ ଦଳର କର୍ମୀ ଏବଂ ନେତାଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

