ବଡ଼ବିଲ ନଗର କଂଗ୍ରେସ୍ ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜିତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡ଼ବିଲ ନଗର କଂଗ୍ରେସ୍ ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରାଞ୍ଚଳ ଠାରେ ଥିବା ବଡ଼ବିଲ ବିକାସ ମହଲ ସଭା ଗୃହରେ ବଡ଼ବିଲ ନଗର କଂଗ୍ରେସ୍ ସଭାପତି ଅମିତ୍ ମହାନ୍ତ ଙ୍କ ନେତୃତ୍ବରେ ଏହି କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ଯଶବନ୍ତ ନାରାୟଣ ସିଂ ଲାଗୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଏହି ସଭାର ଅଧ୍ୟକ୍ଷତା କରିଥିବା ବେଳେ ବଡବିଲ ନଗର କଂଗ୍ରେସ୍ ବରିଷ୍ଠ କର୍ମୀ ତଥା ପୂର୍ବତନ ପିସିସି ମେମ୍ବର ଅଶୋକ ଠକ୍କର, ପୂର୍ବତନ ନଗର ସଭାପତି ତଥା କେନ୍ଦୁଝର ସାଧାରଣ କମିଟି ସମ୍ପାଦକ ବିଜୟ ସ୍ୱାଇଁ, ପଛୁଆବର୍ଗ ଚେୟାରମେନ ଯଦୁମଣି ବାରିକ, ଯୁବ ଉଦୀୟମାନ ନେତା ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ୍ ସଭାପତି ଗିରିପ୍ରୀୟ ଉମାଶଙ୍କର ସାହୁ, ଏମଡି ହମ୍ମିଦ୍ ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ। କିପରି ଦଳକୁ ସୁସଂଘଟିତ କରି ଆଗାମୀ ଦିନରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଦଳ କ୍ଷମତାକୁ ଫେରିବ ସେଥିପ୍ରତୀ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଶ୍ରୀ ଲାଗୁରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଉପସ୍ଥିତ ସମସ୍ତ ବରିଷ୍ଟ କର୍ମୀ ଓ ସାଧାରଣ କର୍ମୀ ମାନେ ଏହି ସମ୍ମିଳନୀ ନିଜ ନିଜ ର ମତ ରଖିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



