ଭୂବନେଶ୍ବର:ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍ । ଇ-ରେଜିଷ୍ଟ୍ରେସନ୍ ଆପ୍କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା । କୌଣସି ସେବା କେନ୍ଦ୍ରକୁ ନ ଯାଇ ଆପ୍ ଦ୍ଵାରା ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ ।
ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି।ଏଣିକି ଜମିଜମା ପଞ୍ଜୀକରଣ ପାଇଁ ଅନ୍ଲାଇନ୍ ସ୍ଲଟ ବୁକିଂ ସୁବିଧା ହେବ।ବିଭିନ୍ନ ଜାଗଜପତ୍ର ଆଦି ଅନ୍ଲାଇନ୍ରେ ଡାଉନ୍ଲୋଡ୍ କରିହେବ।ଲୋକଙ୍କ ସରକାରରେ ସହଜ ଓ ସୁଗମ ହେଉଛି ବ୍ୟବସ୍ଥା। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ହାତପାହାନ୍ତାରେ ଉପଲବ୍ଧ ହେଉଛି ବିଭିନ୍ନ ସେବା। ଆଜି @rdmodisha ବିଭାଗ ପକ୍ଷରୁ ଇ-ରେଜିଷ୍ଟ୍ରେସନ ଆପ୍ ଏବଂ ବାର୍ଷିକ ସଫଳତା ପୁସ୍ତିକାର ଉନ୍ମୋଚନ କରିଲି। ଅନେକ ସମୟରେ ଜମିଜମାର ରେଜିଷ୍ଟ୍ରେସନ ଓ ମାଲିକାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା…
ଏନ୍କ୍ୟୁମ୍ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ସେବା ସମ୍ବନ୍ଧିତ ମତାମତ ପ୍ରଦାନ ଆଦି ବ୍ୟବସ୍ଥା ରହିଛି।



