ଅନୁଗୋଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପାଞ୍ଚଗଡ ସୋମନାଥ ସିଂହ ଜଗଦେବ ସ୍ନାତକ ମହାବିଦ୍ୟାଳୟ ଓ ତଳମୂଳ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଗୋପାଳପୁର ଛାତ୍ରୀ ଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ

Angul/Banarpal,25/06- – ଆଜି ଓଡିଶା ରାଜ୍ୟ ବ୍ୟାପୀ ଗୋପାଳପୁର ଛାତ୍ରୀ ଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ବିଭିନ୍ନ କଲେଜ ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ଯୁବ ନେତା ଅରୁନାଭ ସିଂହ ଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଙ୍କୁ ନେଇ ବିକ୍ଷୋଭ ଓ ମୂଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା। ବଅଁରପାଳ ବ୍ଲକ ମଧ୍ୟରେ ପାଞ୍ଚଗଡ ସୋମନାଥ ସିଂହ ଜଗଦେବ ସ୍ନାତକ ମହାବିଦ୍ୟାଳୟ ଓ ତଳମୂଳ କଲେଜ ସମ୍ମୁଖରେ ଛାତ୍ର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ଆଜି ସକାଳେ ସ୍ଥାନୀୟ ସୋମନାଥ ସିଂହ ଜଗଦେବ ସ୍ନାତକ ମହାବିଦ୍ୟାଳୟ ଓ ତଳମୂଳ ମହାବିଦ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ ବିଜୁ ଜନତା ଦଳର ଛାତ୍ର ନେତା ଓ ଯୁବ ନେତା ବିଜେପି ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସରକାର ନାରୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ଛାତ୍ର ନେତା ଓ ଯୁବ ନେତା ମାନେ ଦାବି କରିଥିଲେ। ତୁରନ୍ତ ସରକାର ନାରୀ ସୁରକ୍ଷା ସୁଦୃଢ଼ କରି ତଦନ୍ତ ଗୋପାଳପୁର ଦୁଷ୍କର୍ମ ଘଟଣା ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆମର ନ୍ୟାୟୋଚିତ ଦାବି ଗୁଡ଼ିକୁ ସରକାର ତୁମେ ମାନିନିଅ ବୋଲି ସ୍ଳୋଗାନ ମାନ ଦେଇଥିଲେ। ପାଞ୍ଚଗଡ ସୋମନାଥ ସିଂହ ଜଗଦେବ ସ୍ନାତକ ମହାବିଦ୍ୟାଳୟ ଠାରେ ମଧ୍ୟ ଯୁବ ନେତା ଅରୁଣାଭ ସିଂହ ନେତୃତ୍ୱ ନେଇଥିଲେ। ଏହି ଛାତ୍ର ଆନ୍ଦୋଳନରେ ସୁଶାନ୍ତ ସିଂହ, ବିବେକାନନ୍ଦ ସାହୁ, ସୁସେନ୍ ଗଡ଼ନାୟକ ପ୍ରମୁଖଙ୍କ ସହ ଶତାଧିକ ଛାତ୍ର ଯୋଗଦେଇଥିଲେ। ସେହିପରି ତଳମୂଳ କଲେଜ ଠାରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥଙ୍କ ନେତୃତ୍ୱରେ ବିନୋଦ ବେହେରା ଓ ଅମରେଶ ସାହୁଙ୍କ ସମେତ ଶତାଧିକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ ଓ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ସମୟରେ ଘଟଣା ସ୍ଥଳରେ ପୋଲିସ୍ ମୁତୟନ କରଯାଇଥିଲା। ବିକ୍ଷୋଭକାରୀଙ୍କୁ ପୋଲିସ୍ ନିୟନ୍ତ୍ରଣ କରିଥିବା ବେଳେ କୌଣସି କ୍ଷୟକ୍ଷତିର ସୁଚନା ନାହିଁ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
