ଧାମନ ପୁର ପଞ୍ଚାୟତ ନ ଶୁଣିବାରୁ ପଣ୍ଡା ପରା ବାସୀ ମିଶି ରାସ୍ତା କଲେ ମରାମତି
ଗୋଲାମୁଣ୍ଡା /୨୪/୬/୨୫/ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାସ୍ତା ମରାମତି କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି,ହେଲେ ସରକାରଙ୍କୁ ବଦନାମ କରିବା ପାଇଁ ପଞ୍ଚାୟତ ଅଧିନରେ ଥିବା ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ନିଜ ମନ ମୁତାବକ ଅନୁସାରେ କାର୍ଯ୍ୟ କରୁ ଥିବା ଅଭିଯୋଗ ସାମ୍ନା କୁ ଆସୁଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବଜାର ପଡିଆ ଠାରୁ ପଣ୍ଡାପରା ମାଟି ଦେବତା ଆସ୍ଥାନ ପ୍ରଯ୍ୟନ୍ତ ପ୍ରାୟ ତିନିଶହ ମିଟର ପର୍ଯ୍ୟନ୍ତ ଆଣ୍ଠୁଏ କାଦୁଅ ରେ ଯିବା ଆସିବାରେ ନାହି ନ ଥିଲା ଅସୁବିଧା ଦେଖା ଦେଇଥିଲା ବେଳେ ସରପଞ୍ଚ, ସମିତି ଓ ୱାର୍ଡ଼ ମେମ୍ବର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ପଡ଼ାବାସୀ ମିଶି ଆଜି ସେହି ତିନିଶହ ମିଟର ରାସ୍ତା କୁ ମୁରୁମ ପକାଇବା ସହ ଗଣ ମାଧ୍ୟମ ନିକଟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଯେ,ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟା ଓ ୱାର୍ଡ଼ ମେମ୍ବର ଙ୍କୁ ଅନେକ ଥର ଜଣାଇ ଥିଲେ ମଧ୍ୟ ଆଜି କାଲି କରିବୁ ବୋଲି ଠକି ଦେଲେ, ଯାହାକି ବର୍ଷା ପାଣିରେ ରାସ୍ତାରେ ପାଣି ଜମା ହେବା ଦ୍ବାରା ଯାତାୟତରେ ଘୋର ଅସୁବିଧା ଦେଖା ଦେବାରୁ ଆଜି ଆମେ ପଡ଼ାବାସୀ ଟ୍ରାକ୍ଟରରେ ଯୋଗେ ମୂରୁମ ଯୋଗାଇ ରାସ୍ତା ତିଆରି କରୁଛି ବୋଲି ପୂର୍ଣ୍ଣମୀ ବନ୍ଦିଛୋଡ, କୁମୁଦିନୀ ମାଝୀ, ରାଜବନ୍ଦି ଛୋଡ ପ୍ରମୂଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଆସନ୍ତୁ ଶୁଣିବା ତାଙ୍କର ପ୍ରତିକ୍ରିୟା, ଏହି ପରିପ୍ରେକ୍ଷୀରେ ସରପଞ୍ଚ ଦିଗାମ୍ବର ତାଣ୍ଡି ଓ ପିଇଓ ଙ୍କୁ ଫୋନ ଯୋଗେ ପଚାରିବାରୁ ଉଭୟେ କହିଲେ ଉକ୍ତ ରାସ୍ତା ନିର୍ମାଣ ପାଇଁ ପଡ଼ାବାସୀ କହି ଥିଲେ ହେଲେ ବର୍ଷା ଯୋଗୁଁ କାମ କରି ପାରି ନାହିଁ, ତାହା ତଦନ୍ତ କରି ରାସ୍ତା କରିବୁ ବୋଲି ସରପଞ୍ଚ ମହୋଦୟ ପ୍ରତିଶ୍ରୁତି ଦେଇ କହି ଛନ୍ତି, ହେଲେ ଦେଖିବାକୁ ବାକି ରହିଲା ସରପଞ୍ଚ ମହାଶୟଙ୍କ ପ୍ରତିଶ୍ରୁତି ।କଳାହାଣ୍ଡିଧର୍ମଗଡ଼ ଉପଖଣ୍ଡ ରୁ କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



