ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ନେତ୍ର ଉତ୍ସବ ଓ ନବ ଯୌବନ ବେଶ ନୀତି ପାଳନ କରାଯାଇଛି। ସକାଳ ଆଠ ଘଣ୍ଟା ସମୟରେ ନେତ୍ର ଦାନ କରିଥିଲେ। ଚିତ୍ର ଶିଳ୍ପୀ ବିଜୟ ମହାପାତ୍ର ବଳରାମ, ଶୁଭଦ୍ରା, କୃଷ୍ଣ ଜଗନ୍ନାଥ ଙ୍କୁ ନେତ୍ର ଦାନ କରିଥିଲେ।ବେଢ଼ା ପରିକ୍ରମା କରାଯାଇ ନେତ କୁ ପୂଜା କରାଯାଇ ମନ୍ଦିର ଉପରକୁ ଯାଇଥିଲା।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ପହଡ଼ ପଡ଼ିବ। ପୂଜକ ମଳୟ କର,ସିବଶ୍ଚ ମିଶ୍ର ମନସୁମନ୍ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବାବାଜୀ ମହାପାତ୍ର,ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ନେତ୍ର ଉତ୍ସବ ନୀତି ପାଳିତ ହୋଇଥଲା।



