ଭୂବନେଶ୍ୱର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର (Cessation of Service ) ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା (Cessation Benefit) ମିଳିବ। ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଏକକାଳୀନ ରାଶି ମିଳିବ।ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ, କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି ୨.୫ ଲକ୍ଷ ଟଙ୍କା ପାଇବେ। ଏହା ସହିତ ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡିବ ନାହିଁ। ବିଭାଗ ମାନେ ନିଜେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-19-scaled.jpg)


