ଡ଼କାୟତି ଯୋଜନା ପଣ୍ଡ : ୬ଗିରଫ, ଦେଶୀ ବନ୍ଧୁକ ଜବତ

ତାଳଚେର, ୨୭/୦୬ ଗତକାଲି ବିଳମ୍ବିତ ରାତ୍ରିରେ ତାଳଚେର ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ତାଳଚେର କଲେଜ ଭିତର ପରିସର ଏକ ଅନ୍ଧାରୁଆ ସ୍ଥାନରେ ୬ଜଣ ଯୁବକ ଡ଼କାୟତି କରିବା ନେଇ ଯୋଜନା କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଆତର୍କିତ ଚଢ଼ାଉ କରି ଧରିବାରେ ସକ୍ଷମ ହୋଇଛି । ତାଳଚେର ଥାନା ଅଧିକାରୀ ଏକ ଟିମ ଗଠନ କରି ପ୍ରଥମେ ସେମାନଙ୍କୁ ଘେରି ଯାଇଥିବା ସମୟରେ ଉକ୍ତ ଦୃର୍ବୁତମାନେ ହାତରେ କଟୁରୀ, ଲୁହା ରଡ଼ ଓ ୨ଜଣ ପିସ୍ତଲ ଧରି ପୋଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ଓ ସେମାନଙ୍କ ମଧ୍ୟରୁ ଗୋଟିଏ କଲେଜ ପାଚେରୀ ଡ଼େଇଁ ରାଣୀପାର୍କ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା କରିବାପରେ ସେମାନେ ଡ଼କାୟତ କରୁଥିବା ଯୋଜନା କରୁଥିଲେ ବୋଲି ପୋଲିସ୍ ନିକଟରେ ପ୍ରକାଶ କରିଥିଲେ । ଏହି ଦୃର୍ବୁତ ମାନେ ତାଳଚେର ଜେଲରୋଡ଼ ନିକଟରୁ ହୋଇଥିବା ବେଳେ ସେମାନେ ରାହୁଲ ନାଏକ (୨୧), ସୁମନ ନାଏକ (୧୭), ପ୍ରଭାତ ନାଏକ (୨୩), ରଜତ ନାଏକ (୨୪), ଯତିନ ନାଏକ (୧୯) ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ ଫେରାର୍ ଅଛି । ସେମାନଙ୍କ ନିକଟରୁ ଏକ ସିଙ୍ଗଲ ବ୍ୟାରେଲ ଦେଶୀବନ୍ଧୁକ ଯେଉଁଥିରେ ଗୁଳି ଲୋଡ଼ ଥିଲା, ଗୋଟିଏ ଦେଶୀବନ୍ଧୁକ, ଲୁହାକଟରା, ଲୁହାରଡ଼ ଏବଂ ଗୋଟିଏ ମୋବାଇଲ୍ ପୋଲିସ୍ ଜବତ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ ଏମାନଙ୍କ ନାମରେ ଥାନାରେ ବହୁ ଅଭିଯୋଗ ରହି ଆସିଥିବା ଥାନା ପକ୍ଷରୁ ଜଣାପଡ଼ିିଛି ।



