ବିକାଶ ଓ ଐତିହ୍ୟ ଉଭୟକୁ ପ୍ରାଥମିକତା ଦେଇ ଦେଶ ପ୍ରଗତି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଦେଶର ଐତିହ୍ୟ ସ୍ଥଳୀ ଏବଂ ତୀର୍ଥ ସ୍ଥାନଗୁଡ଼ିକୁ ବିକଶିତ କରିବା ଦିଗରେ ତାଙ୍କ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।
ଏତଦ୍ବ୍ୟତୀତ ପ୍ରକ୍ରିତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯିବା ସହ ଭାରତର ପୁରାତନ ପାଣ୍ଡୁଲିପି ଗୁଡ଼ିକୁ ଡିଜିଟାଇଜ୍ କରିବା ଦିଗରେ ତାଙ୍କ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଉପନିବେଶବାଦ ମନୋଭାବରୁ ଦେଶକୁ ମୁକ୍ତ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସର୍ବଦା ଶାନ୍ତି, ସେବା ଓ ମାନବିକତାର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଆସୁଛି । ଏହାକୁ ଆଧାର କରି ତାଙ୍କ ସରକାର ପି.ଏମ୍. ଆବାସ ଯୋଜନା, ଜଲଜୀବନ ମିଶନ୍, ଆୟୁଷ୍ମାନ୍ ଭାରତ ଯୋଜନା ହେଉ କିମ୍ବା ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ପ୍ରଦାନ କରିବା ଆଦି ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ।ସମାଜର ଶେଷ ଧାଡ଼ିର ଲୋକ ପ୍ରତି ସେବା ମନୋଭାବ ପୋଷଣ କରିବା ସହିତ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେଭଳି ସେଠାରେ ପହଞ୍ôଚପାରିବ ସେ ଦିଗରେ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)
