ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ଗାଡିର କାଗଜପତ୍ର ଯାଞ୍ଚ୍।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ଦୁଇଦିନ ହେଲା କାଗଜ ପତ୍ର ଯାଞ୍ଚ କରାଯାଉଛି। କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ପଡୋଶୀ ଝାଡଖଣ୍ଡ ରାଜ୍ୟର ସିମାବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ଅନେକ ସମୟରେ ଅପରାଧୀ ମାନେ ଓଡ଼ିଶାରେ ଅପରାଧ ଘଟାଇ ଅନ୍ୟାୟସରେ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ଖସି ଯିବାରେ ସକ୍ଷମ ହୋଇଥାନ୍ତି, ଏବଂ ଅନେକ ସମୟରେ ଦେଖାଯାଏ କି ଅପ୍ରାପ୍ତ ବୟସ୍କ ପିଲାମାନେ ଗାଡ଼ି ଚଳାଇ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏସବୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ବଡ଼ବିଲ ପୌରାଞ୍ଚଳର ମୁଖ୍ୟ ପ୍ରବେଶ ପଥ କୀରିବୁରୁ ଛକ ନିକଟରେ ଦୁଇଚକିଆ ଯାନ ଗୁଡ଼ିକର କଡାକଡି ଯାଞ୍ଚ୍ କରାଯାଉଥିବା ଦେଖିବାକୁ ମିଳିଛି। ଅନେକ ଗୁଡ଼ିଏ ଦୁଇଚକିଆ ଯାନ ପୋଲିସ୍ ର ଯାଞ୍ଚ୍ କୁ ଦେଖି ଦୂରରୁ ଗାଡ଼ି ବୁଲାଇ ଚାଲି ଯାଉଥିବା ଦେଖିବାକୁ ମିଳେ। କିନ୍ତୁ ଯେଉଁମାନେ ଗାଡିର କାଗଜ୍ ପତ୍ର ସାଙ୍ଗରେ ଧରି ନାହାନ୍ତି ତାଙ୍କୁ ପୋଲିସ୍ ପକ୍ଷରୁ ନିଜସ୍ଵ ଆପ୍ ମାଧ୍ୟମରେ ତନଖି କରି ପୂର୍ଣ୍ଣ ସହଯୋଗ କରାଯାଉଥିବା ଦେଖିବାକୁ ମିଳିଛି, ଯାହାକି ପ୍ରଶଂସନୀୟ ଅଟେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



