ଭାଙ୍ଗିଲା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର ନର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଜୁଲାଇ ଶେଷ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ କପର୍ ଡ୍ୟାମ୍ ( ମାଟିରେ ନିର୍ମିତ ଅସ୍ଥାୟୀ ବନ୍ଧ) କରାଯାଇ ବନ୍ୟାଜଳକୁ ଅଟକାଇ ଦୁଇଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ଟି ରେଡିୟଲ୍ ଗେଟ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା । ମାତ୍ର କିଛି ଦିନର ଲଗାଣ ବର୍ଷା ଯୋଗୁଁ କପର୍ ଡ୍ୟାମ୍ ଭାଙ୍ଗିଯାଇଥିବା ର ଦୃଶ୍ୟ ସାମ୍ନାକୁ ଆସିଛି। ବର୍ଷା ଯେlଗୁ ପ୍ରକଳ୍ପ ଅଞ୍ଚଳ ସମ୍ପୂର୍ଣ ଜଳ ମଗ୍ନ ହେଇସାରିଛି । ଏବେ ପ୍ରତି ଘଣ୍ଟାରେ ଡ୍ୟାମ ଭିତରକୁ ୨୦୦ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ମାତ୍ର ୩୫ ଘନ ମିଟର ବନ୍ୟାଜଳ କେନାଲ୍ ଦେଇ ନିଷ୍କାସିତ ହେଉଛି ।

ଏଣୁ କପର ଡ୍ୟାମର କେତେକ ସ୍ଥାନରେ ଫାଟ ସୃଷ୍ଟି ହେଇଥିଲା, ଗତ ରାତି ପ୍ରବଳ ବର୍ଷାରେ କପର ଡ୍ୟାମ ( ମାଟି ବନ୍ଧ ) ଭାଗିଂଥିବା ବେଳେ ଏବେ ଡ୍ୟାମ ପାଣି ସ୍ଲୁଇସ ଗେଟ ଉପରେ ପ୍ରବାହିତ ହେଉଛି । ଏଭଳି ପରିସ୍ଥିତିରେ ବୈତରଣୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ଉପୁଜିଛି । ନଦୀର ତଳମୁଣ୍ଡରେ ଥିବା ପାଖାପାଖି ଗ୍ରାମ ଗୁଡ଼ିକର ଲୋକ ମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରିବା ଆରମ୍ଭ ହୋଇଛି । କୌଣସି ପ୍ରକାରର ଅଘଟଣକୁ ଦୃଷ୍ଟିରେ ରଖି ପ୍ରଶାସନକୁ ମଧ୍ୟ ଆଲର୍ଟ ରଖାଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




