
ଅନୁଗୋଳ – ଆଜି ତା.୩.୭.୨୦୨୫ ରିଖ ଅପରାହ୍ନ ୧୨ ଘଟିକାରେ ଜିଲ୍ଲା ପ୍ରଶାସନ ତରଫରୁ “ଗରିବ କଲ୍ୟାଣ ଓ ବିକାଶ ସମାବେଶ “ଛେଣ୍ଡିପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ସମାବେଶ ରେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ଶିକ୍ଷା ତଥା ସାଂସଦ, ସମ୍ବଲପୁର, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ, ଅନୁଗୋଳ, ଶ୍ରୀଯୁକ୍ତ ଅଗସ୍ତି ବେହେରା, ମାନ୍ୟବର ବିଧାୟକ, ଛେଣ୍ଡିପଦା, ଶ୍ରୀ ଅବଦଲ ଏମ ଅଖତର , ମାନ୍ୟବର ଜିଲ୍ଲାପାଳ, ଅନୁଗୋଳ,ଶ୍ରୀ ରାହୁଲ ଜୈନ , ମାନ୍ୟବର ଆରକ୍ଷୀ ଅଧିକ୍ଷକ,ଅନୁଗୋଳ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ଲିରିକା ରାୟ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଅନୁଗୋଳ,ଶ୍ରୀମତୀ ଇତିଶ୍ରୀ ଗାଗ୍ରାଇ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଅନୁଗୋଳ , ସମାବେଶ ରେ ଉପସ୍ଥିତ ଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଉକ୍ତ ସମାବେଶ ରେ ୩୭ ଜଣ ହିତାଧିକାରୀ ଙ୍କୁ ଟ.୩,୫୫,୮୦୦/- (ଶିକ୍ଷା ସହାୟତା), ୧୪୯ ଜଣ ହିତାଧିକାରୀଙ୍କୁ ଟ.୭୪,୫୦,୦୦୦/- (ବିବାହ ସହାୟତା) , ୩ ଜଣ ହିତାଧିକାରୀଙ୍କୁ ଟ॰ ୮,୦୦,୦୦୦(ମୃତ୍ୟୁ ସହାୟତା), ୩ ଜଣ ହିତାଧିକାରୀ ଙ୍କୁ ଟ॰୧୫,୦୦୦/- (ଅନ୍ତୋଷ୍ଟିକ୍ରିୟା ସହାୟତା ସହାୟତା ରାଶି, ସର୍ବ ମୋଟ ୧୯୨ ହିତାଧିକାରୀଙ୍କୁ ଟ॰୮୬,୨୦,୮୦୦/- ସହାୟତା ରାଶି ମୁଖ୍ୟ ଅତିଥିଙ୍କ କରକମଳରୁ ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ଯୁଗ୍ମ ଶ୍ରମ ସଂସ୍ଥାପକ, ଅନୁଗୋଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।



