ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ସପ୍ତମ ସନ୍ଧ୍ୟା ସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ସପ୍ତମ ସନ୍ଧ୍ୟା ଉଦ୍ଘାଟିତ ହୋଇଯାଇଅଛି । ସପ୍ତମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୌରପାଳିକା ପୌର ଅଧକ୍ଷ ସୁନିଲ୍ ଶର୍ମା ସମ୍ମାନିତ ଅତିଥି ଭାବେ କପିଳାସ ପ୍ରମୋଟର ପ୍ରାଇଭେଟ ଲିମିଟେଡ ଉପଦେଷ୍ଟା ହୃଦାନନ୍ଦ ପଟ୍ଟନାୟକ, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ପ୍ରମୁଖ ଉପସ୍ଥିତ ରହି ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ । ଢେଙ୍କାନାଳ ନୀଳ ଦରିଆ ଭଜନ ସନ୍ଧ୍ୟା ଶକ୍ତି ମିଶ୍ର ଓ ତାଙ୍କ ସାଥୀ ମାନେ ଭଜନ ପରିବେଷଣ କରିଥିଲେ ଉପସ୍ଥାପନ କରିଥିଲେ ପପୁ ଯାଦବ। କଣ୍ଠ ଶିଳ୍ପୀ ରାଜେଶ, ଟୁଇଁକିଲି, ଲକି ,ଖୁସି । ବଦ୍ୟକାର ଟୁଟୁ , ବାବୁଲୁ , କାହ୍ନୁ ,ନନ୍ଦ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ସଂପାଦକ ସାଗୀର ମହମ୍ମଦ, ସ୍ଵରୂପା ନନ୍ଦ ଦାସ, ଜଜି ଭାଇ, ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବନୀ ମିଶ୍ର ସଭା ମଞ୍ଚ କୁ ପରିଚାଳନ କରିଥିବାବେଳେ ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।



