ଆସନ୍ତା ଏଗାର ତାରିଖ ଖାଡଗେ ଓ ରାହୁଳ ଗାନ୍ଧୀଙ୍କ ଭୁବନେଶ୍ବର ସଭାରେ ଅନୁଗୋଳରୁ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗଦେବେ

ଅନୁଗୋଳ ୪।୭ – କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଆସନ୍ତା ୧୧-୦୭-୨୦୨୫ ରିଖ ଓଡ଼ିଶା ଗସ୍ତକୁ ସଫଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାର ପ୍ରଭାରୀ ପୂର୍ବତନ ବିଧାୟକ ଡକ୍ଟର ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ଆଗାମୀ ଏଗାର ତାରିଖ ଦିନ ହେବାକୁ ଥିବା ସମାବେଶକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଉଦ୍ୟମ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ବ ପ୍ରତି ଅଧିକରୁ ଅଧିକ ଯୁବ ସମାଜ ଆକୃଷ୍ଟ ହେଉଥିବାରୁ, ସେମାନଙ୍କୁ ଭୂବନେଶ୍ବର ନେବାପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା।

ଏହି ବୈଠକରେ ତାଳଚେର ବିଧାୟକ ପ୍ରାର୍ଥି ପ୍ରଫୁଲ୍ଲ ଦାସ, ପୂର୍ବତନ ବ୍ଲକ ସଭାପତି ଉମେଶ ସାହୁ, ପୂର୍ବତନ ସରପଞ୍ଚ ସହଦେବ ବେହେରା, ଶୁଶ୍ରୀ ଶାନ୍ତୀ ବେହେରା, ସୁନିଲ ପ୍ରଧାନ, ସନତ ପ୍ରଧାନ, ଭଜମନ ଦାସ, ସୌମେନ୍ଦ୍ର ଦେହୁରୀ, ରମାକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ନାଏକ, କସିଦା ଖାନ, ନିଲକମଲ ସେଠୀ, ବିମଳ ପ୍ରଧାନ, ଗୋବିନ୍ଦ ନାଏକ, ଟିକନ ବେହେରା, ଜୟନ୍ତ ସାହୁ, ମୁକେଶ ଅଗ୍ରୱାଲା, ପରେଶ ଜେନା, ଲୋକନାଥ ସାହୁ, ବାସୁଦେବ ସାମଲ, ପାର୍ଥବୀର ବେହେରା, ଲୁଲୁ ପାଣିଗ୍ରାହୀ ଓ ପ୍ରଶାନ୍ତ ତ୍ରିପାଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ କଂଗ୍ରେସ କର୍ମୀ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନୁଗୋଳ ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୧୦୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଭୂବନେଶ୍ବର ଯିବା ସହିତ, ଅନୁଗୋଳ ଜିଲ୍ଲାରୁ ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ବ କର୍ମୀ ଭୂବନେଶ୍ବର ସଭାରେ ଯୋଗଦାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।




