ଜଳବନ୍ଦୀରେ ରେମୁଁଆ ଓ ଚାଳିଆକୂଟ୍ଟା ଗ୍ରାମବାସୀ : ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି
ତାଳଚେର, ୦୭/୦୭ ତାଳଚେର ପୌରପରିଷଦ ଅନ୍ତର୍ଗତ ୧୨ନମ୍ବର ୱାର୍ଡ଼ ରେମୁଁଆ ଗ୍ରାମବାସୀ ଏଇକେଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ୱାର୍ଡ଼ବାସୀ ଏବେ ଜଳବନ୍ଦୀ୍ୱଧ୍ୟରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ନଦୀ, ନାଳ, ଯୋର ନିକଟରେ ଏହି ୧୨ନମ୍ବର ୱାର୍ଡ଼ଟି ରହିନଥିଲେ ମଧ୍ୟ କେବଳ ବର୍ଷା ଜଳରେ ଅଂଚଳବାସୀ ଉବୁଟୁବୁ ହେଉଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ତାଳଚେର ପୌରପରିଷଦର ୨୧ଟି ୱାର୍ଡ଼ରେ ଡ଼୍ରେନେଜ ବ୍ୟବସ୍ଥାର ସୁବନ୍ଦବସ୍ତ ରହିନଥିବାରୁ ଏଭଳି ଅବସ୍ଥା ଉପୁଜୁଛି । ତେଣୁ ବର୍ଷାଋତୁର ପ୍ରାରମ୍ଭରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିଲେ କିଛିକାଂଶରେ ୱାର୍ଡ଼ବାସୀମାନେ ଜଳବନ୍ଦୀରୁ ମୁକ୍ତି ପାଇପାରିବେ ବୋଲି ମତପ୍ରକାଶ ପାଉଛି । ଅପରପକ୍ଷେ ଡ଼୍ରେନ ଓ ରାସ୍ତା ପାଇଁ ଆବଶ୍ୟକ ଜାଗା ନଥିବାରୁ ସାମାନ୍ୟ ବର୍ଷା କିମ୍ବା ଲଗାଣବର୍ଷା ହେଲେ ଏଠାରେ ଏପରି ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକେ ଏହା ପ୍ରକାଶ କରୁଛନ୍ତି । ସେହିଭଳି ୱାର୍ଡ଼ ନମ୍ବର ୧୧ ଚାଳିଆକୂଟ୍ଟା ଗ୍ରାମବାସୀ ମଧ୍ୟ ଏବେ ଜଳବନ୍ଦୀ ଘେରରେ ରହିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଉଭୟ ୱାର୍ଡ଼ବାସୀ ଏସମ୍ପର୍କରେ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଆଜି ଏଭଳି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଛି ବୋଲି ଶୁଣିବାକୁ ମିଳେ । ତେବେ ଏସବୁ ସମସ୍ୟାକୁ ପ୍ରଶାସନ ଦୃଷ୍ଟିରେ ରଖି ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।



