ରାସୋଳ କୁମାର କ୍ଲବ ର ସଭାଗୃହ ଉଦଘାଟିତ

ହିନ୍ଦୋଳ :7/7/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଂଚାୟତ ର ବହୁ ପୁରାତନ ଓ ପ୍ରତିଷ୍ଠିତ କୁମାର କ୍ଲବ ର ନୂତନ ସଭାଗୃହ ଆଜି ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି।

ଆଜିର ଏହି ଉଦ୍ଘାଟନ ପର୍ବରେ ମୁଖ୍ୟ ଅତିଥି ଅଂଚଳର ଲୋକପ୍ରିୟ ବିଧାୟିକା ସୀମାରାଣୀ ନାୟକ ଥିବାବେଳେ, ଦେହ ଅସୁସ୍ଥତା କାରଣରୁ ଉପସ୍ଥିତ ହୋଇପାରିନଥିଲେ ତେଣୁ ବିଧାୟିକାଙ୍କ ପ୍ରତିନିଧି ଆଜିର ସଂମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଓ ରାସୋଳ ଗ୍ରାମ ପଂଚାୟତ ସରପଞ୍ଚ ଦିବାକର ନାଏକ ନଡ଼ିଆ ଭାଙ୍ଗି ନୂତନ ସଭାଗୃହ ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ଭିତରେ କୁମାର କ୍ଲବର ସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଅମୀୟ ରଞ୍ଜନ ସାହୁ ଏବଂ ବହୁ ବରିଷ୍ଠ ଓ ଯୁବ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

