କାଣ୍ଡସର ଗ୍ରାମର ନୂତନ ଶ୍ମଶାନ ଗୃହ ଉଦଘାଟିତ

ଅନୁଗୋଳ – ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର ଭଣ୍ଡାରି ପୋଖରୀ ନିକଟରେ ଆଜି ନାଲକୋ ପାରିପାର୍ଶିକ ଉନ୍ନୟନ ପାଣ୍ଠି ରୁ ନିର୍ମିତ ଏକ ଶ୍ମଶାନ ଗୃହ ଓ ହରିଶ୍ଚନ୍ଦ୍ର ଗୃହ ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନ ରେ ମୁଖ୍ୟ ଅତିଥି ଭାବେ ଇପିଓ ଜିଜିଏମ ଶୁଭେନ୍ଦୁ କୁମାର ନାୟକ ଉପସ୍ଥିତ ରହି ନୂତନ ଗୃହ ଦୁଇଟିକୁ ଉଦ୍ଘାଟନ କରିଥିଲେ ।


ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ କାଣ୍ଡସର୍ ସରପଞ୍ଚ ସବିତା ମହାଳିକ, ସମିତି ସଭ୍ୟା ପମିତା ବେହେରା, ଗ୍ରାମ୍ୟ କମିଟି ସଭାପତି ବଂଶୀଧର ପ୍ରଧାନ ,କାଣ୍ଡସର ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ବେହେରା ଉପସ୍ଥିତ ଥିଲେ । ସେହିଭଳି କାଣ୍ତସର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ବେହେରା ଙ୍କ କହିବା ହେଲା କି ପୂର୍ବରୁ ନାଲକୋ ରେ ଅନେକ ମାନବ ସମ୍ବଳ ବିଭାଗରେ ଅଧିକାରୀ ଥିଲେ ମଧ୍ୟ ଶୁଭେନ୍ଦୁ କୁମାର ନାୟକ ଙ୍କ ଭଳି ପାରିପାର୍ଶିକ ଗ୍ରାମ ଗୁଡ଼ିକୁ ବିଭିନ୍ନ ଉନ୍ନତି କାର୍ଯ୍ୟ ଓ ସୁସମ୍ପର୍କ ସ୍ଥାପନ ରେ ଭଲ ପଦେକ୍ଷପ ଗ୍ରହଣ କରି ନଥିଲେ କିନ୍ତୁ ଶୁଭେନ୍ଦୁ ନାୟକ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ବିରୋଧ ସ୍ଵତେ ଏହି ଭଳି ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ । ଏହି ନାଲକୋ ପାରିପାର୍ଶିକ ଉନ୍ନୟନ ପାଣ୍ଠି ରୁ କାଣ୍ଡସର ବ୍ୟତୀତ ଅନ୍ୟ ଚାରି ଟି ପଞ୍ଚାୟତ ଯଥା – କୁକୁଡ଼ାଙ୍ଗ , କୁରୁଡୋଲ , ବଳରାମପ୍ରସାଦ , ଭୋଗବେରଣି କୁ ଏହି ଶ୍ମଶାନ ଗୃହ ଓ ବିଶ୍ରାମ ଗୃହ ତିଆରି ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି ।ଅନୁଗାଳରୁ ସୁଧାକର ସାହୁ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


