ପାଇପ୍ ଫାଟି ଛୁଟୁଛି ଡ଼୍ରେନରେ ପାଣି : କର୍ତୁପକ୍ଷଙ୍କ ନାହିଁ ଦୃଷ୍ଟି
ତାଳଚେର, ୦୮/୦୭ ଟୋପେ ପିଇବା ପାଣି ପାଇଁ ଲୋକେ ଡ଼ହଳବିକଳ ହେଉଥିବା ବେଳେ ଅନବରତ ପାଇପ ଫାଟି ପାଣି ଡ଼୍ରେନରେ ଯାଉଥିବା ଘଟଣା ବନ୍ତୋଲ ଗ୍ରାମପଂଚାୟତ ଅନ୍ତର୍ଗତ କୁକୁଡ଼ୁଲା ଗ୍ରାମର ପ୍ରଧାନ ସାହି ଗଳି ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଡ଼୍ରେନର ଆବର୍ଜନା ପାଣି ପାଇପ ସହ ମିଶି ରାସ୍ତା ଉପରେ ପାଇ ସୂଅ ଛୁଟି ଚାଲିଛି । ଗତକାଲି ଠାରୁ ଏହି ପାଇପ ଫାଟି ଯିବା ଫଳରେ ଅଂଚଳବାସୀ ପାଣି ଟୋପେ ପାଇଁ ଡ଼ହକବିକଳ ହେଉଥିବା ବେଳେ ବର୍ତମାନ ସୁଦ୍ଧା ତାହାର କୌଣସି ସମଧାନ ହୋଇ ପାରିନଥିବାରୁ ଗ୍ରାମବାସୀମାନେ ତୀବ୍ରପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଗ୍ରାମ୍ୟକୁ ପାନୀୟଜଳ ଯୋଗାଇ ଦେବାନେଇ ସରକାରଙ୍କ ପକ୍ଷରୁ ଆରଡ଼ବ୍ଲୁଏସ୍ଏସ୍ ମାଧ୍ୟମରେ ପାଇପ ଲାଇନ ବିଛାଇ ପାନୀୟଜଳ ଘରକୁ ଘର ଯୋଗାଇ ଦେଇଥାଏ । କିନ୍ତୁ ଦୁଇଦିନ ହେବ ସେଠିକାର ଅଂଚଳବାସୀ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଇନଥିବା ଗ୍ରାମବାସୀ ଏହା ଅଭିଯୋଗ କରିଛନ୍ତି ।



