ଗୋଲାମୁଣ୍ଡା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ, ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ

ଗୋଲାମୁଣ୍ଡା/୮/୭/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ନୂତନ ଭାବେ ଯୋଗ ଦେଇଛନ୍ତି ବି ଡି ଓ ଶ୍ରୀଯୁକ୍ତ ତ୍ରିପୁରା ମହାନନ୍ଦ l ଶ୍ରୀ ମହାନନ୍ଦ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ ତୁଲାଉ ଥିଲେ l ଗୋଲାମୁଣ୍ଡା ବ୍ଲକରେ ବିଡ଼ିଓ ପଦ ଖାଲି ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଲାମୁଣ୍ଡା ବ୍ଲକରେ ଗତ ତା ୬/୭/୨୫/ଦିନ ବିଡ଼ିଓ ଭାବେ ଯୋଗ ଦେଇ ଥିଲେ lଏ ନେଇ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ତ୍ରିପୁରା ମହାନନ୍ଦ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା ଏହି ଅବସରରେ, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ lଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳ ବାର ଦିନ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ସମ୍ପାଦକ ସରୋଜ କୁମାର ମୁଣ୍ଡ, ଉପ ସଭାପତି ପୀତାମ୍ବର ବେହେରା ଓ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ କପୂରଚନ ସେଠିଆ କୋଷାଧକ୍ଷ ଜନ୍ମେଜୟ ନାଏକ, ପୂର୍ଣ୍ଣ ଚନ୍ଦ୍ର ସରାପ,ଭୋଜରାଜ ମଙ୍ଗରାଜ, ଡମ୍ବରୁଧର ଜାଲ,ପ୍ରଭାକର ବଗର୍ତ୍ତୀ, ହିମାଂଶୁ ଭୋଇ, ଡମ୍ବରୁଧର ଭୋଇ, ପ୍ରମୁଖ ଉପସ୍ଥିତରେ ପ୍ରଥମେ ପୁଷ୍ପଗୁଚ୍ଛ ଓ ଉପଢୋକାନ ଦେଇ ସମ୍ୱର୍ଦ୍ଧନା ଜଣାଇଥିଲେ, ଏହା ପରେ ପୁଣି ପଦୋନ୍ନତି ହୋଇଥିବା ଏ ଇ ଇ ଚିତ୍ତରଞ୍ଜନ ଜେନା ଙ୍କୁ ମଧ୍ଯ ସଙ୍ଘ ପକ୍ଷରୁ ଉପୋଢ଼ୋକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଧର୍ମଗଡ଼ ଉପସଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



