ହିଲ୍ଲୀପାଲି ଗାଁରେ ବଢୁଛି ଡାଇରିଆ ସଂକ୍ରମଣ, ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ଦେଲା ଆମ୍ ଆଦମୀ ପାର୍ଟି

ବରଗଡ଼:୯/୭(ପବିତ୍ର ମେହେର) ବିଗତ ୬ ଦିନ ହେବ ବରଗଡ ଜିଲ୍ଲା ଅତାବିରା ବ୍ଲକ ହିର୍ଲିପାଲି ଗାଁ ରେ ଡାଇରିଆ ସଂକ୍ରମଣ ବଢିବାରେ ଲାଗିଛି। ବୁଧବାର ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରୁ ଉର୍ଦ୍ଧ କୁ ପହଂଚି ଥିବା ବେଳେ ଉନ୍ନତ ସେବା ଯୋଗାଇ ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ବରଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛି। ଯଦିଓ ଡାକ୍ତରୀ ଦଳ ପହଂଚି ଔଷଧ ଓ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତି ତଥାପି ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି, ଯେଉଁ ସ୍ଥାନ ରେ ଆକ୍ରାନ୍ତ ମାନଙ୍କୁ ରଖା ଯାଇଛି ତାହା ବର୍ଷା କାରଣ ରୁ ଓଦା ରହୁଛି, ତଳେ ଶୋଇବାକୁ ଦିଆଯାଉଛି, ବେଡ଼ ବ୍ୟବସ୍ଥା ନାହିଁ, ଅଧିକାଂଶ ରୋଗୀ ଙ୍କୁ ବୁର୍ଲା ପଠା ଯାଉଛି ଯାହାକି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଗଲେ ଉପକୃତ ହୁଅନ୍ତେ ଆଉ ଏହି ସଂକ୍ରମଣ ର କାରଣ ଖୋଜିବା ସହ ସମସ୍ତଙ୍କ ପାଇଁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ କହିଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଗମ୍ଭୀର ନଥିବା ଭଳି ଲାଗୁଚି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦାବୀପତ୍ର ଦେବା ସମୟରେ ଆପ୍ ସମ୍ପାଦକ ସ୍ୱରୂପ ଭୋଇ, ଅତାବିରା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଜୟ କ୍ରିଷ୍ଣା ଛୁରିଆ,ମାରିୟମ ବାର୍ଲା, ଅସିତ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।




