ବିପଦ ମୁଖା ହଳଦୀପାଲି ଖରଜୁରା ନାଲା କୁ ବିକାଶ କେବେ ଛୁଇଁବ? ବିକାଶ ଫାଟି ଆଁ କରିଛି

ବରଗଡ:୮/୭(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ପଂଚାୟତରୁ ହଳଦୀପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଖରଜୋରା ନାଳା ଖରାପ ଅବସ୍ଥାରେ ଫାଟି ଆଁ କରିଛି ।

ନୂଆଁ ସରକାର ଗଠନ ହେଲା ପରେ ବି ବିକାଶ ଏଠି ବାଟ ବଣା? ସଥେ ଯିମିତି ବିପଦକୁ ଆମନ୍ତ୍ରଣ କରୁଛି ଖରଯୋରା ନାଳା, ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଅଭିଯୋଗ କରିଆସୁଥିଲେ ହେଁ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ?କେହି ଶୁଣୁନାହାନ୍ତି। ଯିବା ଆସିବାରେ ରାସ୍ତାଟି ମରଣ ଯନ୍ତା ସାଜିଥିବା ବେଳେ ସ୍କୁଲ ପିଲାଏ ତଥା ସ୍ଥାନୀୟ ଚାଷୀ ଯିବା ଆସିବାରେ ନାହିଁ ନ ଥିବା ହଇରାଣ ର ଶମ୍ବୁଖିନ ହେଉଛନ୍ତି ।ପଂଚାୟତବାସୀ ନିଜ ନିଜର ଭତ୍ତା,ଚାଉଳ ଆଣିବା ପାଇଁ ପଂଚାୟତକୁ ଏହି ରାସ୍ତା ଦେଇ ଯାଇଥାନ୍ତି। ନାଁ ଶୁଣୁଛନ୍ତି ସରପଞ୍ଚ ନାଁ ଶୁଣୁଛନ୍ତି ସରକାରୀଆ ବାବୁ ଏପରିକି ଜାଙ୍ଗେଡ଼ ଗ୍ରାମ ପଂଚାୟତ ସରପଞ୍ଚ ଭାଗବତିଆ ସିଂ କହନ୍ତି ଆଗାମୀ ଦୁଇ ତିନି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଦୃଢ଼ତା ସହ କହନ୍ତି ସରପଞ୍ଚ!ତେବେ ଆଗରୁ ସରପଞ୍ଚ କହିଥିଲେ ଯେ ବିଜୁସେତୁ ହେବ,ହେଲେ ଏବେ କହନ୍ତି ବିଜୁସେତୁ ଆଉ ନାହିଁ? ଏବେ କେଉଁ ସେତୁ ରେ ପରିଣତ ହେବ ତାହା ଯେ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ବେଳେ ସରପଞ୍ଚ ମାନଙ୍କ ମୁଖିଆ ଙ୍କ ପଂଚାୟତ ରେ ବିପଦମୁଖା ଖରଜୁରା ନାଳା? ତେବେ ଦେଖାଯାଉ ବର୍ତମାନ ଲୋକଙ୍କ ସରକାର ଲୋକଙ୍କ ପ୍ରତି କେତେ ଦରଦ ଦେଖାଉଛନ୍ତି ତାହା ଯେ ଦେଖିବାକୁ ବାକି ରହିଲା।




