ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଠୁଏ ପାଣି, ପାଠପଢାରେ ବ୍ୟାଘାତ
ବରଗଡ:୯/୭(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମ ପଂଚାୟତ ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରଟି ବିପଦ ଶଂକୁଳ ଅବସ୍ଥାରେ ଅଛି |ବର୍ଷାରେ କୋଠା ଭିତରେ ପାଣି ଗଳୁଛି |ଏପରି କି ପ୍ରବଳ ବର୍ଷାରେ ଛାତରୁ ପାଣି ଗଳି କୋଠା ଭିତରେ ଆଣ୍ଠୁଏ ପାଣି ଜମି ରହୁଛି ଯାହା ଫଳରେ କୁନି କୁନି ଛାତ୍ରଛାତ୍ରୀଙ୍କ ପାଠପଢାରେ ବହୁ ଅସୁବିଧା ହେଉଛି |ଏହି କୋଠା ମରାମତି କରିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଚିନ୍ତାକରି ଖୁବଶ୍ରୀଘ୍ରୀ କୋଠା ମରାମତି କରିବାକୁ ସାଧାରଣ ରେ ଦାବୀ ପ୍ରକାଶ ହେଉଛି l



