ତାଳଚେର 10/07:-ଆଜି RPI Repulic party of India ତରଫରୁ ଅନୁଗୋଳ ଜିଲ୍ଲା ଅଫିସ ତାଳଚେର ହାଣ୍ଡିଧୂଆଁ ଠାରେ ଏକ ବୈଠକ ହୋଇଥିଲା। ଏହି ବୈଠକ ରେ ଜିଲ୍ଲାର ର ସମସ୍ତ ଅଂଚଳରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ।ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲା ସଭାପତି ପ୍ରଦୀପ ଶତପଥି ଅଧକ୍ଷତାରେ ଆଲୋଚନା କରାଯାଇ ତାର କିପରି ସମାଧାନ ହୋଇପାରିବ ସେଥିପ୍ରତି ସମସ୍ତ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଶେଷରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ନାତୁଣୀ ବୋହୁ ଶ୍ରୀମତୀ ରୁଚିର ପଟନାୟକ ଙ୍କୁ ଅନୁଗୋଳ ଜିଲ୍ଲା ର ମହିଳା ନେତ୍ରୀ ଭାବେ ଦାୟିତ୍ୱ ଦିଆଗଲା।

May 14, 2026/
No Comments


