ଭୂବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାହୁଲ ଗାନ୍ଧୀ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ।ରାହୁଲ ଗାନ୍ଧୀଙ୍କୁ ସ୍ବାଗତ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ରାହୁଲଙ୍କ ପୋଷ୍ଟର, ହୋଡିଂ ଓ ବ୍ୟାନର।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଭୁବନେଶ୍ବର ଆସିବେ । ଆଜି ଦିନ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାହୁଲ।ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ। ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ସଭା ସରିବା ପରେ ଚାଷୀଙ୍କ ଦୁଇ ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ।ରାଜନୈତିକ ବ୍ୟାପାର କମିଟି ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ। ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ। ରାହୁଲ ଗାନ୍ଧୀଙ୍କ ଗସ୍ତ ଏହା ଉପରେ କଣ ପ୍ରଭାବ ପକାଇବା ତାହା ଉପରେ ନଜର ରହିବ।



