ଦଧିବାମନ ମହାବିଦ୍ୟାଳୟରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ

ଭଟଲି,୧୧/୭ (ଅଭିମନ୍ୟୁ ପଧାନ): ଶୁକ୍ରବାର ଦିନ ଭଟଲି ଦଧିବାମନ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ୟୁନିଟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଟଲି ବନପାଳ ରାଜେନ୍ଦ୍ର କୁମାର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ତଥା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ତଥା ମା ପାଇଁ ଗଛଟିଏ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ ।

ସମସ୍ତଙ୍କୁ ଗଛଟିଏ ଲଗାଇବା ସହ ତାର ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ । ସଂସ୍କୃତ ଅଧ୍ୟାପକ ତଥା ରେଡକ୍ରସ୍ ୟୁନିଟ ମୁଖ୍ୟ ପରିଚାଳକ ରାଜୀବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ଦାଶ ଜଙ୍ଗଳ ଓ ପରିବେଶକୁ ମାଟି, ବାୟୁ ପାଣି ଅର୍ଥାତ ମା ବାପା ଭାବରେ ବର୍ଣ୍ଣନା କରି ବହୁତ ସୁନ୍ଦର ଉଦାହରଣ ଦେଇ ବନମହୋତ୍ସବର ଆବଶ୍ୟକତା କୁ ଦର୍ଶାଇ ବନୀକରଣ ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଇଂରାଜୀ ପ୍ରଧ୍ୟାପକ ବିଶ୍ବଜିତ ହୋତା ମଞ୍ଚାସୀନ ଥିବା ସହ ଗ୍ଲୋବଲ ୱାର୍ମିଙ୍ଗ ବା ବିଶ୍ଵ ତାପମାତ୍ରା ବୃଦ୍ଧିରେ ବୃକ୍ଷ ର ଆବଶ୍ୟକତା ତଥା ବନମହୋତ୍ସବର ଉପକାରିତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟିକୁ ଦୁର୍ଗାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ଓଡିଆ ଅଧ୍ୟାପକ ଶମ୍ଭୁନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।




