ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ୪୬ ଗ୍ରାମ ହେରୋଇନ୍ ସହ ଏକ ମଟରର ସାଇକେଲ ଜବତ
ତାଳଚେର, ୧୦/୦୭ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଡ଼େରା ନିକଟରେ ତାଳଚେର ଅବକାରୀ ବିଭାଗ ଓ କୋଲିୟରୀ ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଡ଼େରା ଜିଏମ କଲୋନୀରେ ଆତର୍କିତ ଚଢ଼ାଉ କରି ପୁପୁଲ ସାହୁ (୨୫) ଠାରୁ ୪୬ଗ୍ରାମ ହେରୋଇନ୍ ଏକ ବାଜାଜ ମଟର ସାଇକେଲ ନଂ- ଓଡ଼ି ୩୫ଜେ-୦୦୩୧, ଏକ ମୋବାଇଲ୍ ଫୋନ୍ ଜବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ଏହି ହେରୋଇନ୍ର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି । ନିଶ୍ଚିତ ପକ୍ଷେ ଅବକାରୀ ବିଭାଗ ସ୍ୱାଗତଯୋଗ୍ୟ ପଦକ୍ଷେ ହୋଇଥିଲେ ମଧ୍ୟ ଟେଉଁଭଳି ଭାବେ ଏହି ମାରାତ୍ମକ ନିଶା ବ୍ୟାପି ଚାଲିଛି ଏଥବରେ ରୋକ ନଲଗାଯାଏ ତେବେ ଆଗାମୀ ଦିନରେ ଅବସ୍ଥା କ’ଣ ଯେ, ହେବେ ତାହା ସମୟ ହିଁ କହିବ!



