ଆରମ୍ଭ ହେଲା ଶ୍ରାବଣ ମାସର ପ୍ରଥମ ସୋମବାରବଲବମ୍ ଶଦ୍ଦରେ କମ୍ପୁଛି ବାବାଙ୍କ ଧାମ଼
ତାଳଚେର, ୧୨/୦୭ ଆରମ୍ଭ ହେଲା ଶ୍ରାବଣ ମାସ କୃଷ୍ଣପକ୍ଷ ତୃତୀୟା ତିଥିର ପ୍ରଥମ ସୋମବାର । ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ସବୁଠି ବଲବମ୍ । ତାଳଚେର ଅଂଚଳରେ ପ୍ରତ୍ୟେକ ଶୈବପୀଠରେ କାଉଁଡ଼ିଆଙ୍କ ଭିଡ଼, ବଲବମ୍ ଶଦ୍ଦରେ କମ୍ପୁଛି ବାବାଙ୍କ ଧାମ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭକ୍ତଙ୍କ କାଉଁଡ଼ି ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତାଳଚେର ଅଂଚଳର ସମସ୍ତ ଶୈବପିଠ ଗୁଡ଼ିରେ ଶ୍ରାବଣ ମାସର ପ୍ରଥମ ସୋମବାର ମନ୍ଦିର ଗୁଡ଼ିକର ବାଟ ଫିଟାଯାଇ ଠାକୁରଙ୍କ ପୂଜାର୍ଚ୍ଚନା ହେବା ସହ ବୋଲବମ୍…ହରହର ବୋମ୍ରେ ପ୍ରକମ୍ପିତ ହୋଇଥିଲା । ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ କାଉଁଡ଼ି ଯାତ୍ରା ଲାଗି ହଜାର ହଜାର ଭକ୍ତଙ୍କ ସମାଗମ ଲାଗିରହିଥାଏ । ଏହାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ନଦୀ ପଠାରୁ ପାଣି ଉଠାଇବା ବେଳେ ଅତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ଡ଼ଙ୍ଗାରେ ନଦୀପାର ହେବାକୁ ବାରଣ କରାଯାଇଛି । ତାଳଚେର ଅଂଚଳର ଶୈବପୀଠ ଗୁଡ଼ିକୁ ବିଭିନ୍ନ ଯାନବାହାନ ଚଳାଚଳ କରିବା ସହ ସମସ୍ତ ପ୍ରକାର କାଉଁଡ଼ିଆ ଓ ଶ୍ରଦ୍ଧାଳୁମାନେ କିପରି ଅସୁବିଧାର ସମ୍ମୁଖୀନ ନହେବାକୁ ସେଥିଲାଗି ଲାଇଟ୍ ବ୍ୟବସ୍ଥା କରିବାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ତେଣୁ ଆଜି ବିଭିନ୍ନ ଶୈବପୀଠ ଯଥା – ପଶ୍ଚିମେଶ୍ୱର, ଧରମପୁର, ଆଖଣ୍ଡଳମଣି, ପଂଚମୁଖୀ, ଚକ୍ରଶିଳା ପୀଠ ଗୁଡ଼ିକରେ ସମାଜସେବୀଙ୍କ ଦ୍ୱାରା ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା, ଏବଂ ମନ୍ଦିର ଗୁଡ଼ିକରେ କାଉଁଡ଼ିଆ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।



