କୁକୁଡ଼ା ବୋଝେଇ ଗାଡ଼ି କୁ ପଛପଟୁ ଧକ୍କା ଦେଲା ଟ୍ରକ , ତିନି ଜଣ ଗୁରୁତର
ଗୋଲାମୁଣ୍ଡା ,୧୩/୭ ( )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ ୱେ ଠାରେ ଏକ କୁକୁଡ଼ା ବୋଝେଇ ପିକ୍କପ ଗାଡ଼ି କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ତିନି ଜଣ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିବା ଜଣାପଡିଛି। ସୂଚନା କ୍ରମେ ସକାଳ ୫ ଘଟିକା ସମୟରେ କୁକୁଡ଼ା ବୋଝେଇ ଗାଡ଼ି ନୂଆପଡ଼ା ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ସମାନ ରାସ୍ତା ରେ ଯାଉଥିବା ଏକ କପଡା ବୋଝେଇ ଟ୍ରକ ଟି (ସିଜି ୦୪ କିୟୁଏଫ ୪୯୯୬) ଛତିଶଗଡ଼ ରାଇପୁର ଠାରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଭିମୁଖେ ଯାଉଥିବା ସମୟରେ ତୁମୂରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ ୱେ ଠାରେ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସବୁଠାରୁ ରୋଚକ ପୂର୍ଣ୍ଣ ବିଷୟ ହେଉଛି ପୋଲିସ ର ଉପସ୍ଥିତ ରେ ଲୋକମାନେ କୁକୁଡ଼ା ଗୋଟାଇ ନେଇଥିବା ଭିଡିଓ ମୋବାଇଲ ରୁ ଆର ମୋବାଇଲ କୁ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ରୁ କପୂର୍ଚ୍ଚନ ସେଠୀଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



