ବିଷାକ୍ତ ଦେଶୀ ମଦ ପିଇ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ବିଜୁ ଜନତା ଦଳର ଅନୁସନ୍ଧାନକାରୀ ଟିମ

ହିନ୍ଦୋଳ :13/07/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ, ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମରେ ବିଷାକ୍ତ ଦେଶୀ ମଦ ସେବନ କରି ଗ୍ରାମର ମିଲୁ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କର ଅକାଳ ମୃତ୍ୟୁ ବରଣ ହୋଇଥିଲା।

ଏହି ଦୁଖଦଃ ଖବର ଜାଣିବାପରେ, ବିଜୁ ଜନତା ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବାସହିତ ତାଙ୍କ ନିର୍ଦେଶକ୍ରମେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ଶ୍ରୀ ନାରାୟଣ ଜେନା ଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଟିମ ବମ୍ପା ଗ୍ରାମରେ ପହଂଚି, ସେଠାରେ ମୃତ୍ୟୁ ବରଣ କରିଥିବା ଦୁଇ ପରିବାର କୁ ଭେଟି ସମବେଦନା ଜଣାଇବାସହିତ ସରକାରଙ୍କ ଅବହେଳା ଓ ଅବକାରୀ ବିଭାଗ ର ଅପାରଗତା ଉପରେ ବର୍ଷିଥିଲେ ପୂର୍ବତନ ସାଂସଦ ମହେଶ ସାହୁ ଏବଂ ଦୁଇ ମୃତ ପରିବାର କୁ କିଛି ଆର୍ଥିକ ସାହାଯ୍ୟ ଦେଇ, ଦଶ ଲକ୍ଷ ଟଙ୍କା ପ୍ରତି ମୃତ ପରିବାରକୁ ଦେବାପାଇଁ ସରକାରଙ୍କୁ ଦାବି କରିଛନ୍ତି ଦଳର ରାଜ୍ୟ ମୁଖପାତ୍ର ନାରାୟଣ ଜେନା, ଅନ୍ୟ ମାନଙ୍କ ଭିତରେ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳି ବେହେରା, ରାଜ୍ୟ ଯୁବ ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ ଦାସ, ବିଜେଡି ନେତା ପ୍ରଦ୍ୟୁମ୍ନ ବେହେରା, ଜିତୁ ପ୍ରଧାନ ବମ୍ପା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏବଂ ସ୍ଥାନୀୟ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ।

ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



