ଭରତପୁର ସାଇଲୋରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କା ଯନ୍ତ୍ରପାତି ପୋଡ଼ି ନଷ୍ଟ
ତାଳଚେର, ୧୩/୦୭ ତାଳଚେର ବ୍ଲକ ଅନ୍ତର୍ଗତ ଭରତପୁର ଏମସିଏଲ କୋଇଲା ଖଣି ସାଇଲୋରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ଘଟଣା କୋଇଲା ଖଣିର ସମ୍ପୃକ୍ତ କର୍ତୁପକ୍ଷଙ୍କ ସ୍ୱଚ୍ଛତା ଓ କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ? ଏହା ପୂର୍ବରୁ ସେହି ସାଇଲୋ ନିକଟରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏହା କାହିଁକି କିପରି ଓ କେଉଁଁ କାରଣରୁ ଘଟୁଛି ତାକୁ ନେଇ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ଚର୍ଚ୍ଚା ହେଉଛି । ତେବେ ଯେଉଁ ଲକ୍ଷଲକ୍ଷ ଟଙ୍କା ଯନ୍ତ୍ରାଂଶ ପୋଡ଼ି ପାଉଁଶ ହେଲା ଏଥିପାଇଁ ଦାୟୀ କିଏ ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼େ ଏହାର ସୁରକ୍ଷା ପ୍ରତି ସମ୍ପୃକ୍ତ କର୍ମଚାରୀମାନେ କେତେ ତତ୍ପରତା ପ୍ରକାଶ କରୁଛନ୍ତି । ଉକ୍ତ ସାଇଲୋରେ ଅଗ୍ିକାଣ୍ଡ ହେବାଫଳରେ ଘୋ ଘୋ ନିଆଁ ଉପରକୁ ଉଠିଥିଲା । ସେଠାରେ ଥିବା ଲୋକମାନେ ଆତଙ୍କିତ ହୋଇ ଭୟରେ ଦୌଡ଼ି ପଳାଇଥିଲେ । ଏସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହୋଇନଥିଲେ ମଧ୍ୟ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ?



