ସଂଘର ନିର୍ବାଚନ ପ୍ରକ୍ରିୟା ସଂଘର ସମ୍ଭିଧାନ ଅନୁସାରେ ହେଉ ବୋଲି ଟ୍ରକ ମାଲିକଙ୍କ ଦାବି
ତାଳଚେର, ୧୩/୦୭ ତାଳଚେର ଅଂଚଳରେ ବିଭିନ୍ନ କୋଇଲା ଖଣି ଗୁଡ଼ିକରୁ ବିଭିନ୍ନ କଳକାରଖାନାକୁ କୋଇଲା ପରିହବନ କରୁଥିବା ତାଳଚେର ଟ୍ରକ ମାଲିକସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ଓ ତଦ୍ ଅନୁଯାୟୀ ଏହାର ସ୍ୱଚ୍ଛତା ଆଣିବାନେଇ ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ । ଯେହେତୁ ଦୁଇବର୍ଷ ପୂରଣ ହୋଇ ସାରିଛି, ତେଣୁ ତାଳଚେର ଟ୍ରକ ମାଲିକ ସଂଘ ଚଳିତ ନିର୍ବାଚନ ପ୍ରକ୍ରିୟା ସଂଘର ଥିବା ସମ୍ବିଧାନ ଅନୁସାରେ ହେଉ ବୋଲି ଟ୍ରକ ମାଲିକମାନେ ଏହା ଦାବି କରିଛନ୍ତି। ଇତି ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରୋମ୍ଭ ହୋଈ ଥିବା ବେଳେ ଭୋଟର ଲିଷ୍ଟମଧ୍ୟପ୍ରକାଶପାଇଛି ତେବେ ଉକ୍ତ ଲିଷ୍ଟରେ ପ୍ରକୃତ ଟ୍ରକ ମାଲିକଙ୍କ ନାମ ରହୁ ବୋଲି ବିଗତ କିଛିଦିନ ତଳେ ଅର୍ଥାତ ଚଳିତ ସାଧାରଣ ବୈଠକରେ ଆଲୋଚନା ଯୋର ଧରିଥିଲା ଏବଂ ଏହାକୁ ଚଳିତ ନିର୍ବାଚନ ସମୟରେ କାର୍ୟ୍ୟକାରୀ କରାଯିବ ବୋଲି ମଧ୍ୟ ନିଷ୍ପତି ହୋଇଥଲା।ସେହିପରି ସଂଘ ବାଇଲୋ ନିୟମ ଅନୁସାରେ କୌଣସି ଟ୍ରକ ମାଲିକ ନିଜର ଟ୍ରକ କୁ ବିକ୍ରି କଲା ପରେ ସେହି ମାଲିକମାନେ ଏକବର୍ଷ ଭିତରେ ନୂତନ ଟ୍ରକକୁ ସଂଘରେ ପଞ୍ଜୀକୃତ ନକରନ୍ତି ତାହାହେଲେ ତାଙ୍କର ସଭ୍ୟପଦ ରଦ ହେବ ଏବଂଭୋଟ ଦେବାର କୋୖଣସି ଅଧିକାର ରହିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନୀୟମ ରହିଛି। ଏଵଂ ନିର୍ବାଚନ ରେ ଲଢ଼ିବାକୁ ହେଲେ ସଂଘ ବାଇଲୋ ନିୟମର ଧାରା ୨୧, ବି, ସି, ଅନୁଯାୟୀ ଚଳିତ ସାଧାରଣର ବୈଠରେ ଯାହା ନିଷ୍ପତି ହୋଇଛି ତାହା ହିଁ ଚଳିତ ନିର୍ବାଚନରେ କାର୍ୟ୍ୟକାରୀ ହେବ ଓ ପ୍ରକୃତ ଟ୍ରକ ମାଲିକ ନିର୍ବାଚନରେ ଭାଗ ନେଇପାରିବ। ଅନ୍ୟପକ୍ଷରେ କୌଣସି ଟ୍ରକ ମାଲିକ ଙ୍କ ଧର୍ମପତ୍ନୀ ନାମରେ ଟ୍ରକ ଥିଲେ ସ୍ୱାମୀ ନିର୍ବାଚନ ରେ ପ୍ରତିଦ୍ୱିନ୍ଦିତା କରିପାରିବେ ନାହିଁ ବୋଲି ଟ୍ରକ ମାଲିକ ସଂଘ ନିର୍ବାଚନ ନିୟମତଥା ବାଇଲୋ ରେ ଲିପିବଦ୍ଧ ରହିଛି। ତେବେ ଏହି ନିୟମ ପ୍ରକ୍ରିୟାକୁ ଚଞ୍ଚକତା କରି କିଛି ମାଲିକ ନିର୍ବାଚନ ବିଗତ ବର୍ଷ ମାନଙ୍କରେ ଲଢ଼ି ଜିତି ଆସୁଥିଲେ ,ଯାହାକୁ ମାଲିକ ମାନେ ଜାଣିଲାପରେ କଡା ନିନ୍ଦା କରିଛନ୍ତି। ଏଵଂ ଏପରି ସ୍ଥଳେ ପ୍ରକୃତ ମାଲିକ ନିର୍ବାଚନରେ ଲଢ଼ିବାରୁ ବଞ୍ଚିତ ହେଉଥଲେ । ଅନ୍ୟପକ୍ଷେ ଚଳିତ ସାଧାରଣ ବୈଠକରେ ସ୍ତ୍ରୀ ନାମରେ ଟ୍ରକ ଥାଇ ସ୍ୱାମୀ ଲଢ଼ୁଥିବା ନିର୍ବାଚନ ପ୍ରକ୍ରିୟା କୁ ଘୋର ବରୋଧ କରାଯାଇଥିଲା ଏବଂ ପ୍ରକୃତ ଟ୍ରକ ମାଲିକ ସଂଘ ନିର୍ବାଚନ ରେ ଭାଗ ନେଇ ପାରିବେ ବୋଲି ସମସ୍ତଙ୍କ ସହମତି ମିଲଥିଲା। ତେବେ ଚଳିତବର୍ଷ ଟ୍ରକ ମାଲିକ ନିର୍ବାଚନ ରେ ସଂଘ ବାଇଲୋ ନିୟମ ସହ ସ୍ୱଛତା ରେ ହେଉବୋଲି ମାଲିକମାନେ ଦାବି କରିଛନ୍ତି ଓ ଯଦି ଏହି ନିୟମରେ କୌଣସି ବ୍ୟତିକ୍ରମ ଘଟେ, ତାହା ହେଲେ ଆଇନର ଆଶ୍ରୟ ନେବେ ବୋଲି ମାଲିକ ମାନେ ଚେତାଇ ଦେଇଛନ୍ତି।



