କୋରେକ୍ସ ଓ କପ୍ ସିରପ୍ ସହ ଦୁଇ ବୋଲେରୋ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ ୫ ଜଣ ଅଟକ ।
ଅବୈଧ ଭାବରେ ନିଶା ଦ୍ରବ୍ୟ କାରବାରରେ ଜଡ଼ିତ ଦୁଇ ବୋଲେରୋ ଓ ଗୋଟିଏ ସ୍କ୍ରୋପିଓ ଗାଡ଼ି ଜବତ ପାଞ୍ଚ ଜଣଙ୍କୁ ଅଟକ ରଖିଛି ପୋଲିସ୍ । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ହିନ୍ଦୀ ହାଇସ୍କୁଲ ନିକଟସ୍ଥ ଏକ ଗ୍ୟାରେଜ ରେ ଥିବା ୩ଟି ଗାଡ଼ିରେ ଥିବା ବିପୁଳ ପରିମାଣର ବେଆଇନ କୋରେକ୍କ କପ ସିରପ୍ କୁ ପୋଲିସ ଜବତ କରିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଗ୍ୟାରେଜ ରେ ଚଢାଉ କରିଥିଲା ।ତେବେ ଗ୍ୟାରେଜ ମଧ୍ୟରେ ଥିବା ଗୋଟିଏ ସ୍କର୍ପିଓ ଓ ଦୁଇଟି ବୋଲେରୋ ଗାଡ଼ି ରେ ଥିବା ପ୍ରାୟ ୧୦ ପେଟି ରୁ ଉର୍ଦ୍ଧ୍ବ କୋରେକ୍ସ ସିରପ୍ କୁ ଜବତ କରିଛି ପୋଲିସ୍ ।ଏହି ବେଆଇନ କୋରେକ୍ସ ସିରପ କାରବାର ରେ ସଂପୃକ୍ତ ୫ଜଣ ଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ନେଇ ସୂଚନା।ଚଢାଉ ସମୟରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପୀଙ୍ଗୁଆ ,ବଡ଼ବିଲ ତହସିଲଦାର ରାକେଶ ପଣ୍ଡା ଉପସ୍ଥିତ ଥିବା ନେଇ ସୂଚନା।ପୋଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା । ଏବଂ ତଦନ୍ତ ପରେ ଏ ନେଇ ଅଧିକ ସୂଚନା ପ୍ରଦାନ କରିବା ନେଇ ଯୋଡା ଆଇ ଆଇ ସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତିି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



