ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା । ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା ।
ଏୟାରପୋର୍ଟ ଛକ, କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ ରାସ୍ତା ବନ୍ଦ ରହିବ । ରାଜଭବନ ଛକ, ପାୱାର ହାସ୍ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ ।
୧୨୦ ବିଏନ୍ ଛକ, ଶାସ୍ତ୍ରୀନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ । ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବ ।ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍ ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୬.୩୦ରୁ ୭.୦୫ ଯାଏଁ ରହିବ ଟ୍ରାଫିକ କଟକଣା ବୋଲି ଦିଆଯାଇଛି ସୂଚନା ।
ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । କାରକେଡ୍ ରିହରସାଲ କରିଛି କମିଶନରେଟ୍ ପୋଲିସ । ଆଜି ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ବାୟୁସେନା ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସଂଧ୍ୟାରେ ଭୁବନେଶ୍ବର AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ସେହିପରି ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ବିଲ୍ଡିଂର ଶିଳାନ୍ୟାସ କରିବେ । ଏହା ବ୍ୟତୀତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪” ପ୍ରଦାନ କରିବେ ।



