*ଅମ୍ବାବୋନା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ତମ ବନ ମହୋତ୍ସବ ପାଳିତ*

ବରଗଡ:୧୪/୭(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ଵାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଭଟଲି ସହ ବନ ସଂରକ୍ଷକ ସୁବୋଧ କୁମାର ସାହୁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂହ,ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଷ୍ଣବ ଭୋଇ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଲୋ ମାର୍ଚ୍ଚ କରି ମଂଚ ଉପରକୁ ପାଛୋଟି ଆଣିଥିଲେ।ବରଗଡ଼ ବିଭାଗୀୟ ବନଖଣ୍ଡ ଅଧିକାରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଗଛ ଲଗାଇବା ତଥା ଜଙ୍ଗଲ ସୁରକ୍ଷାର ମହତ୍ ଲକ୍ଷ୍ୟରେ ସାମିଲ୍ ହେବାକୁ ଆହ୍ଵାନ ଦେଇଥିଲେ।ବିଦ୍ୟାଳୟରେ ବନମହୋତ୍ସବ ପାଳନର ଅନେକ ପ୍ଲାକାର୍ଡ ପ୍ରଦର୍ଶନ ତଥା ସ୍ଲୋଗାନ ମାଧ୍ୟମରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରା ଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଆଦିତ୍ୟ ଭୂଏ ଓ ଦେବପ୍ରିୟା ତାଣ୍ଡି ସଭା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସହିତ ସମସ୍ତେ ” ମାଁ ପାଇଁ ଗଛଟିଏ -୨.୦” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ତାଙ୍କ କରକମଳରେ ବିଦ୍ୟାଳୟର ହେଙ୍ଗିଙ୍ଗ ଗାର୍ଡେନ୍ ଉଦଘାଟିତ ହୋଇଥିଲା।ବିଦ୍ୟାଳୟ ପରିସରରେ ଅତିଥି,ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଶତାଧିକ ବୃକ୍ଷରୋପଣ କରି ବନମହୋତ୍ସବ ପାଳନ କରାଯାଇଥିଲା।ବନମହୋତ୍ସବ ଉପଲକ୍ଷେ ଆୟୋଜିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାଚୀ ନାୟକ, ରାହୁଲ ପଟେଲ ଓ କରିସ୍ମା ଦୁଆନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶିକ୍ଷକ ମହେଶ୍ବର ପଧାନଙ୍କ ନିର୍ଦ୍ଦେଶିତ “ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ ନାଟକ ପ୍ରଦର୍ଶନ କରି ବଂଶଧାରା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ମହାନଦୀ ହାଉସର ସଦସ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗଙ୍ଗାରାମ ମିର୍ଦ୍ଧା, ବିକାଶ ପ୍ରଧାନ ,ସୁଶୀଳ କୁମାର ନାଏକ, କୀର୍ତ୍ତିଚନ୍ଦ୍ର ସରାଫ, ସୁଶ୍ରୀ ସୌନ୍ଦର୍ଯ୍ୟା ଗଡତିଆ, ନିକେଶ ସାହୁ, ମୁକେଶ କୁମାର ସାହୁ, ଅବିନାଶ ପ୍ରଧାନ ,ସ୍ଵାଧୀନ କୁମାର ସାହୁ,ପୂଜା ଖମାରୀଙ୍କ ସମେତ ଇକୋ କ୍ଳବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ମହେଶ୍ବର ପଧାନ ଗଛ ଲଗାଇବା ପାଇଁ ଉତ୍ସାହିତ କରିବା ସକାଶେ ଆହ୍ୱାନମୂଳକ କବିତା ପାଠ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




