ନିଜ ସ୍ତ୍ରୀକୁ ସ୍ବାମୀ ବାଡେଇ ମାରିଥିବା ଅଭିଯୋଗ, ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପୋଲିସ୍ ର ତଦନ୍ତ ଜାରି
ନିଜ ସ୍ତ୍ରୀକୁ ସ୍ବାମୀ ବାଡେଇ ବାଡେଇ ମାରିଥିବା ନେଇ ଅଭିଯୋଗ। ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ । ଯାହାକି ସୂଚନା ରହିଛି ନିଲ୍ ପ୍ରାସାଦ ଶର୍ମା ଘରୋଇ ରୁଙ୍ଗଟା କମ୍ପାନୀ ରେ କାର୍ଯ୍ୟ କରନ୍ତି ତାଙ୍କ ପରିବାର ସହ ବଡ଼ବିଲ ରୁଙ୍ଗଟା କଲୋନୀରେ ରହୁଥିଲେ ଗତକାଲି ରାତିରେ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହେବାରୁ ସ୍ବାମୀ ନିଲ ପ୍ରାସାଦ ଶର୍ମା ସ୍ତ୍ରୀ କୁ ବାଡେଇ ବାଡେଇ ମାରିଥିବା ନେଇ ଅଭିଯୋଗ ହୁଏ। ତେବେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସ୍ବାମୀ ନିଲ ପ୍ରାସାଦ ଶର୍ମା କୁ ଅଟକ ରଖି ତଦନ୍ତ ଚଳାଇଥିବା ନେଇ ସୂଚନା। ନିଲ ପ୍ରାସାଦ ଶର୍ମା ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ନେଇ ସୂଚନା।ମୃତକ ଜଣକ ହେଲେ ନିର୍ମଳା ଶର୍ମା ଓ ତାଙ୍କ ବୟସ ପାଖାପାଖି 40ବର୍ଷ ପ୍ରାୟ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



