କଙ୍ଗାରୁକୋର୍ଟ ନେଇ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ପ୍ରେମୀ ଯୁଗଳଙ୍କୁ କଙ୍ଗାରୁକୋର୍ଟରେ ଦଣ୍ଡ ବିଧାନ କରିବା ଅନୈତିକ କାର୍ଯ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ପ୍ରଥାକୁ ପ୍ରଶୟ ଦିଆଯିବ ନାହିଁ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇ ଗାଁ ଦାଣ୍ଡରେ ବୁଲାଇବା ଘଟଣା । ନାରାୟଣପାଟଣା ଥାନାରେ ରୁଜୁ ହେଲା ମାମଲା । ବର୍ଗୀ ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ଦିଶାରୀ ସମେତ କିଛି ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଦିଶାରି ଅର୍ଥାତ୍ ପୂଜକ ସେମାନଙ୍କ ଗୋବର ପାଣି ସିଞ୍ଚନ କରିଥିଲା ।
ତେଣୁ ଦିଶାରିଙ୍କ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ନିଜେ ନାରାୟଣପାଟଣା ଆଇଆଇସି ପ୍ରମୋଦ ନାୟକ ଓ ତାଙ୍କ ଟିମ୍ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇ ଗାଁ ଦlଣ୍ଡରେ ବୁଲାଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଗ୍ରାମବାସୀ । ଏଥିସହ ପ୍ରେମ ସମ୍ପର୍କକୁ ନେଇ ରାୟଗଡ଼ାରେ କଙ୍ଗାରୁ କୋର୍ଟ ଘଟଣାରେ ପ୍ରଶାସନର ତଦନ୍ତ ।କଲ୍ୟାଣସିଂହପୁର ବ୍ଲକ କଞ୍ଜମଝଡ଼ି ଗାଁରେ ପହଞ୍ଚିଛନ୍ତି ପ୍ରାଶାସନିକ ଅଧିକାରୀ। ଉପଜିଲ୍ଲାପାଳ, ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ କିଏ ଦାୟୀ ଏବଂ ସେହି ଦୁଇଜଣଙ୍କ ଠାରୁ ପଇସା କିଏ ନେଲା, ସେ ଦୁଇଜଣ କେଉଁଠି ଅଛନ୍ତି ସେନେଇ ପଚରାଉଚରା କରିଛନ୍ତି। ପିଉସୀ-ପୁତୁରାଙ୍କ ପ୍ରେମ ସମ୍ପର୍କକୁ ନେଇ ଗ୍ରାମବାସୀ ମାନେ ହଳ କରାଇଥିଲେ। ଭିଡିଓ ଭାଇରାଲ ହେବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)


