ଚୋରକୁ ଲାଗିଲା ମାଆ କାଳୀ ଙ୍କ ପ୍ରକୋପ,ଚୋରୀକଲା କିନ୍ତୁ ଯାଇ ପାରିଲାନି ମନ୍ଦିରରୁ

ସମସ୍ତେ ସୁଣିଥିବେ ମାଆଙ୍କ ଅଲୌକିକ ମହିମା ବିଷୟରେ କିନ୍ତୁ ତାହା ପ୍ରତେଖ୍ୟ ଭାବେ ଦେଖିବାକୁ ମିଳିଛି। ମାଆ କାଳୀ ଙ୍କ ପ୍ରକୋପର ଶିକାର ହୋଇଛି ଚୋର, ଚୋରଟି କାଲିରାତ୍ରୀ ସମୟରେ ମାଆଙ୍କ ମନ୍ଦିରର କବାଟ ଭାଙ୍ଗି ମନ୍ଦିରରେ ପ୍ରବେଶ କରି ସମସ୍ତ ଆସବାବପତ୍ର ଓ ମାଆଙ୍କ ଅଳଙ୍କାର ଚୋରାଇଥିଲା ହେଲେ ମାଆଙ୍କ ପ୍ରକୋପ ରୁ ସେଠାରୁ ଫେରିବା ତା ପକ୍ଷେ ଅସମ୍ଭବ ହୋଇଥିଲା, ନିଦ୍ରାଦେବୀ ଙ୍କ ପ୍ରକୋପ ରୁ ତାକୁ ଘାରିଥିଲା ନିଦ ଓ ସେ ସେହିଠାରେ ସୋଇପଡିଥିଲା।

ଏହିଭଳି ଅଲୌକିକ ମାଆଙ୍କ ମହିମା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସୀମାନ୍ତ ବଡ଼ବିଲ ପୌରାଞ୍ଚଳ ଲାଗି ରହିଥିବା ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂଭୁମ୍ ଜିଲ୍ଲା ବଡଯାମଦା ଥାନା ଅନ୍ତର୍ଗତ ବଡ଼ଯାମଦା ଅଞ୍ଚଳରେ । ସକାଳୁ ସକାଳୁ ମନ୍ଦିର ପୂଜକ ଓ ଅଞ୍ଚଳ ବାସିନ୍ଦା ମନ୍ଦିରକୁ ଆସି ଚୋରଟି ମାଆଙ୍କ ମନ୍ଦିରରେ ସୋଇଥିବା ଦୃଶ୍ୟ ଦେଖି ଚୋରକୁ କାବୁ କରିବା ସହ ପୋଲିସ୍ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରି ନେଇଥିବା ଦେଖିବାକୁ ମିଳିଛି। ଏହାକୁ ଲୋକେ ମାଆଙ୍କ ଚୋର ପ୍ରତି ତାଙ୍କର ପ୍ରକୋପ କହୁଥିବା ବେଳେ ଆଉକିଛି ଏହାକୁ ମାଆଙ୍କ ପ୍ରତେଖ୍ୟ ଅଲୌକିକତା ବୋଲି କହିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



