କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ୨୮ଟିକିଆ ହାତୀ ପଲଙ୍କ ଉପଦ୍ରବ
କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉତ୍ପାତ ରେ ଅତିଷ୍ଟ ଅଞ୍ଚଳ ବାସିନ୍ଦା। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ବିଭିନ୍ନ ଗ୍ରାମରେ ୨୮ଟିକିଆ ହାତୀପଲ ପଶି ଉପଦ୍ରବ ଜାରୀ ରଖିଛନ୍ତି ।ଗତ କାଲି ଚମ୍ପୁଆ ବ୍ଳକ୍ ଗମ୍ଭାରିଆ, ସାନନଇ, ଓ ରଜିଆ ଗ୍ରାମରେ ୧୩ଟି ଘର ହାତୀ ପଲ ଭାଙ୍ଗିଥିବା ବେଳେ ଗମ୍ଭାରିଆ ଗ୍ରାମରେ ପୁଣି ୩ ଟି ଘର ଭାଙ୍ଗି ଥିବା ନେଇ ସୂଚନା, ତେବେ ଗମ୍ଭାରିଆ ଗ୍ରାମ ନୂଆଗୋଡ଼ା ସାହିର କରୁଣା ମହାନ୍ତଙ୍କ ଘର ଭାଙ୍ଗି ଥିବା ବେଳେ ଅନ୍ୟଟି ଗମ୍ଭାରିଆ ଗ୍ରାମ ଆହାର ଗୋଡ଼ାର ଚତୁର୍ଭୁଜ ନାୟକଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ତେବେ ହାତୀ ପଲ ଙ୍କ ଦ୍ଵାରା କ୍ଷତି ଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଚିହ୍ନଟ କରି କ୍ଷତି ପୁରଣ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ଏଥି ସହ ବନ ବିଭାଗ ପକ୍ଷରୁ ହାତୀ ଲପଲଙ୍କୁ ଘଉଡାଇବା ରେ ବିଫଳ ହୋଇଥିବା ଅଭିଯୋଗ ହୁଏ।ଚମ୍ପୁଆ ରୁ ଲିଙ୍ଗରାଜ ମହାନ୍ତ ଙ୍କ ରିପୋର୍ଟ ଦୁର୍ନିତୀ ଲାଇଭ



